ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଦଳ ପାଇଁ ହାଇବ୍ରିଡ ମଡେଲ୍ ଲାଗୁ ହୋଇଛି। ଗୋଟିଏ ପଟେ ଅନ୍ୟ ସମସ୍ତ ଦଳ ପାକିସ୍ତାନରେ ନିଜର ମ୍ୟାଚ୍ ଖେଳିବାକୁ ଥିବା ବେଳେ ଅନ୍ୟପଟେ ଭାରତ ନିଜର ମୁକାବିଲା ଦୁବାଇରେ ଖେଳିବ। ତେବେ ଭାରତୀୟ ଦଳ ଘୋଷଣା ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ପିଚ୍ କେମିତି ବ୍ୟବହାର କରିବ ତା ଉପରେ ସଭିଙ୍କ ନଜର। ଏ ପର୍ଯ୍ୟନ୍ତ ରବିଚନ୍ଦ୍ରନ ଅଶ୍ଵିନ ଓ ୟୁଏଇ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଲାଲଚନ୍ଦ ରାଜପୁତ ମଧ୍ୟ ଭାରତୀୟ ଦଳର ୫ ସ୍ପିନ ବୋଲରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇ ସାରିଛନ୍ତି। ଆଉ ଏବେ ଦୁବାଇ ପଡ଼ିଆର ପିଚ୍ କ୍ୟୁରେଟର ପିଚ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି।
ଦୁବାଇ ଇଣ୍ଟରନ୍ୟାସନଲ ଷ୍ଟାଡିୟମର ମୁଖ୍ୟ ପିଚ୍ କ୍ୟୁରେଟର ମାଥ୍ୟୁ ସେଣ୍ଡରୀ କହିଛନ୍ତି, ଫେବୃଆରୀ ୯ରେ ILT 20ର ଫାଇନାଲ୍ ମ୍ୟାଚ୍ ପରେ ଦୁବାଇ ପିଚ୍କୁ ଗୋଟିଏ ସପ୍ତାହରୁ ଅଧିକ ସମୟ ହେବ ଖେଳରୁ ଦୂରେଇ ରଖା ଯାଇଛି। କ୍ୟୁରେଟରଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ଚାମ୍ପିଅନ୍ସ ଟ୍ରଫି ସମୟରେ ପିଚ୍ ସ୍ଲୋ ରହିବ। ଏହାର ଉତ୍ତରରେ କ୍ୟୁରେଟର ନା କହି ଉତ୍ତର ରଖିଛନ୍ତି।
Also read: କୋହଳ ହେଲା BCCI, ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ନିଜ ସହ ପରିବାର ରଖିପାରିବେ ଖେଳାଳି, ହେଲେ ରହିଛି ସର୍ତ୍ତ
ଇଏସପିଏନ କ୍ରିକଇମ୍ଫୋ ଅନୁଯାୟୀ, ମାଥ୍ୟୁ ସେଣ୍ଡର୍ସ କହିଛନ୍ତି ILT 20ର ଫାଇନାଲ୍ ପରେ ଦୁବାଇର ପିଚ୍କୁ ପ୍ରାୟ ୨ ସପ୍ତାହର ରିକଭରି ସମୟ ମିଳିବ। ଆମେ ଏଠାକାର ପରିସ୍ଥିତି ଅନୁସାରେ ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ପାଇଁ ଉନ୍ନତ ପିଚ୍ ପ୍ରସ୍ତୁତ କରିବୁ।
ଯଦି ପିଚ୍ ସ୍ଲୋ ରହେ ତେବେ ଭାରତୀୟ ଦଳକୁ ଏହା ବେଶ ସୁହାଇପାରେ। କାରଣ ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ୫ ସ୍ପିନର ଅଛନ୍ତି। ତେଣୁ ପିଚ୍ ମନ୍ଥର ରହିଲେ ସ୍ପିନ ବୋଲର ଏହାର ଭରପୂର ଫାଇଦା ଉଠାଇ ପାରନ୍ତି। ଏଥିରେ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପରି ବୋଲର ସାମିଲ। ନିକଟରେ ସଂପନ୍ନ ILT 20 ଲିଗ୍ରେ ବୋଲର ଓ ବ୍ୟାଟରଙ୍କୁ ପିଚ୍ରୁ ଭଲ ସହାୟତା ମିଳିଥିଲା।