ମୁମ୍ୱାଇ ୧୪/୦୨: ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍ ସମୟ ବାକି । ଏଥର ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜକତାରେ 'ହାଇବ୍ରିଡ୍ ମଡେଲ୍'ରେ ଖେଳାଯିବାକୁ ଯାଉଛି । ଏହି ମ୍ୟାଚ୍ ଗୁଡ଼ିକ ପାକିସ୍ତାନର ତିନୋଟି ସହର (ଲାହୋର, ରାୱଲପିଣ୍ଡି, କରାଚୀ) ଏବଂ ଦୁବାଇରେ ଅନୁଷ୍ଠିତ ହେବ। ୧୯ ଫେବୃଆରୀରେ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମ୍ୟାଚ୍ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ତାର ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳିବ।
ପୁରସ୍କାର ରାଶିରେ ବମ୍ପର ଲାଭ:
ଏବେ ICC ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ଚାମ୍ପିଅନ୍ସ ଟ୍ରଫି ୨୦୨୫ର ବିଜେତା ଦଳକୁ ୨.୨୪ ମିଲିୟନ ଡଲାର(ପ୍ରାୟ ୧୯.୬୪ କୋଟି ଟଙ୍କା) ମିଳିବ। ରନର୍ସଅପ୍ ଦଳକୁ ୧.୧୨ ନିୟୁତ ଡଲାର୍ (ପ୍ରାୟ ୯.୭୩ କୋଟି ଟଙ୍କା) ମିଳିବ। ଉଭୟ ପରାଜିତ ସେମିଫାଇନାଲ ଦଳ ସମାନ ପରିମାଣର ୫,୬୦,୦୦୦ ଡଲାର (ପ୍ରାୟ ୪.୮୬ କୋଟି ଟଙ୍କା) ପାଇବେ।
ଚାମ୍ପିଅନ୍ସ ଟ୍ରଫିରେ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ।
ଗ୍ରୁପ୍ ପର୍ଯ୍ୟାୟରେ ମ୍ୟାଚ୍ ଜିତିବା ପାଇଁ ଦଳକୁ ୩୪୦୦୦ ଡଲାର (ପ୍ରାୟ ୨୯.୫୩ ଲକ୍ଷ ଟଙ୍କା) ମିଳିବ। ପଞ୍ଚମ ଏବଂ ଷଷ୍ଠ ସ୍ଥାନ ଅଧିକାର କରୁଥିବା ଦଳଗୁଡ଼ିକୁ ସମାନ ପରିମାଣର ୩୫୦୦୦୦ ଡଲାର (ପ୍ରାୟ ୩.୦୪ କୋଟି ଟଙ୍କା) ମିଳିବ। ସପ୍ତମ ଏବଂ ଅଷ୍ଟମ ସ୍ଥାନ ଅଧିକାର କରୁଥିବା ଦଳଗୁଡ଼ିକୁ ସମାନ ପରିମାଣର ୧୪୦୦୦୦ ଡଲାର (ପ୍ରାୟ ୧.୨୨ କୋଟି ଟଙ୍କା) ମିଳିବ।
ଏହା ବ୍ୟତୀତ, ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଆଠଟି ଦଳକୁ ୧୨୫୦୦୦ ଡଲାର (ପ୍ରାୟ ୧.୦୯ କୋଟି ଟଙ୍କା) ଗ୍ୟାରେଣ୍ଟି ଦିଆଯିବ। ଏହି ଟୁର୍ଣ୍ଣାମେଣ୍ଟରେ ICC ମୋଟ ୬.୯ ନିୟୁତ ଡଲାର (ପ୍ରାୟ ୬୦ କୋଟି ଟଙ୍କା) ପୁରସ୍କାର ରାଶି ବଣ୍ଟନ କରିବ। ଏହା ୨୦୧୭ ତୁଳନାରେ ୫୩ ପ୍ରତିଶତ ଅଧିକ।
also read...
ଗୌତିଙ୍କ ଉପରେ ଖପ୍ପା ବିସିସିଆଇ, ପିଏଙ୍କୁ ହଟାଇଲେ, ଅନ୍ୟ ହୋଟେଲକୁ ସିଫ୍ଟ କଲେ