ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩, ଇସ୍ରୋକୁ ମିଳିଲା ବଡ଼ ସଫଳତା

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ଶନିବାର ବଡ଼ ସଫଳତା ମିଳିଛି । ଇସ୍ରୋ ଚନ୍ଦ୍ରଯାନ-୩କୁ ସନ୍ଧ୍ୟାରେ ଚନ୍ଦ୍ର କକ୍ଷପଥରେ ସଫଳତାର ସହ ପ୍ରବେଶ କରିଛି । ଏହା ଚନ୍ଦ୍ର ଚାରିପଟେ ଦ୍ରୁତ ଗତିରେ ପରିକ୍ରମା କରିବ । ଏହା ପୂର୍ବରୁ ଜୁଲାଇ ୧୪ରେ ହୋଇଥିବା ଲଞ୍ଚିଂ ପରେ ଚନ୍ଦ୍ରଯାନ-୩ ଶୁକ୍ରବାର ସୁଦ୍ଧା ଦୁଇ-ତୃତୀୟାଂଶ ଦୂରତା ଅତିକ୍ରମ କରିଥିଲା। ଯଦି ସବୁକିଛି ଠିକ୍ ରୁହେ ତେବେ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ।

wp:html /wp:html

ଇସ୍ରୋ ଟ୍ୱିଟ୍ କରିଛି, 'ଏହା ଚନ୍ଦ୍ରଯାନ-୩ । ମୁଁ ଏବେ ଲୁନର ଗ୍ରାଭିଟି ଅନୁଭବ କରୁଛି । ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ପେରିଲ୍ୟୁନରେ ରେଟ୍ରୋ-ୱାର୍ଣ୍ଣିଂର କମାଣ୍ଡ ମିଶନ ଅପରେସନ କମ୍ପ୍ଲେକ୍ସ, ବେଙ୍ଗାଲୁରୁରୁ ଦିଆଯାଇଥିଲା । ପରବର୍ତ୍ତୀ ଅପରେସନ-ରିଡକ୍ସନ ଅଫ୍ ଅର୍ବିଟ ୨୦୨୩ ଅଗଷ୍ଟ ୬ ପ୍ରାୟ ରାତି ୧୧ଟାରେ ନିର୍ଦ୍ଧାରିତ ହୋଇଛି'।

ପଢନ୍ତୁ: ଅନ୍ତରୀକ୍ଷରେ କେମିତି ରାସ୍ତା ଖୋଜେ ଚନ୍ଦ୍ରଯାନ ? ଏଥିରେ ରହିଛି କି ଜିପିଏସ୍ ସିଷ୍ଟମ ? ଜାଣନ୍ତୁ…

ଅଗଷ୍ଟ ୧ରେ ଚନ୍ଦ୍ରଯାନ-୩କୁ ପୃଥିବୀ କକ୍ଷରୁ ଉପରକୁ ଉଠାଯାଇଥିଲା ଏବଂ ଚନ୍ଦ୍ର ଆଡକୁ ବଢାଇବା ପ୍ରକ୍ରିୟାକୁ ସଫଳତାର ସହ ପୂରା କରିଥିଲା ଇସ୍ରୋ । ଚନ୍ଦ୍ରଯାନକୁ ଟ୍ରାନ୍ସଲୁନାର କକ୍ଷରେ ପ୍ରବେଶ କରାଯାଇଥିଲା । ଗତ ମାସରେ ହୋଇଥିବା ଲଞ୍ଚିଂ ପରେ ଏବେ ସୁଦ୍ଧା ଚନ୍ଦ୍ରଯାନ-୩କୁ କକ୍ଷପଥରେ ଉପରକୁ ଉଠାଇବା ପ୍ରକ୍ରିୟାକୁ ପାଞ୍ଚ ଥର ସଫଳତାର ସହ କରାଯାଇଛି । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପୂର୍ବରୁ ଚନ୍ଦ୍ରଯାନ ପୃଥିବୀର ପରିକ୍ରମା କରିସାରିଛି ।

Also read: ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ୪୨ ଦିନ କାହିଁକି ଲାଗିବ ? ଅନ୍ୟ ଦେଶ ସପ୍ତାହ ଭିତରେ ପହଞ୍ଚିଥିଲେ, ଜାଣନ୍ତୁ ISROର ଯୋଜନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.