ବେଙ୍ଗାଳୁରୁ: ଚନ୍ଦ୍ରରେ ଅବତରଣ ପରେ ଲ୍ୟାଣ୍ଡରୁ ଅଲଗା ହୋଇଛି ରୋଭର ପ୍ରଜ୍ଞାନ । ଏହା ସହିତ ପ୍ରଜ୍ଞାନ ତା’ର କାର୍ଯ୍ୟ ଆରମ୍ଭ କରିଛି। ପ୍ରଥମେ କଣ୍ଟ୍ରୋଲ ରୁମ୍ ସହିତ ଚନ୍ଦ୍ରଯାନର ସଂପର୍କ ସ୍ଥାପନ କରି ଚନ୍ଦ୍ରପୃଷ୍ଠରେ ବିଚରଣ କରିଛି। ଲ୍ୟାଣ୍ଡରରୁ ରୋଭର ବାହାରିବା ଏହା ଚନ୍ଦ୍ର ଅଭିଯାନର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଥିଲା। ଏବେ ଲ୍ୟାଣ୍ଡର ଏବଂ ରୋଭର ଉଭୟ ଚନ୍ଦ୍ର ଉପରେ ଗବେଷଣାତ୍ମକ ତଥ୍ୟ ପଠାଇବେ । ୧୪ ଦିନ ସେଠାରେ ନିରୀକ୍ଷଣ କରିବ । ସୌର ଆଲୋକରେ ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ ।
wp:html/wp:htmlChandrayaan-3 Mission:
— ISRO (@isro) August 24, 2023
Chandrayaan-3 ROVER:
Made in India 🇮🇳
Made for the MOON🌖!
The Ch-3 Rover ramped down from the Lander and
India took a walk on the moon !
More updates soon.#Chandrayaan_3#Ch3
ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ପରେ ଚନ୍ଦ୍ରଯାନ ସିରିଜ ଫଟୋ ପଠାଇଛି। ଇସ୍ରୋର କଣ୍ଟ୍ରୋଲରୁମ ସହିତ ଲ୍ୟାଣ୍ଡର ବିକ୍ରମର ଯୋଗାଯୋଗ ସ୍ଥାପନ ହେବା ପରେ ଏହି ଫଟୋ ପଠାଇଛି ଲ୍ୟାଣ୍ଡର ବିକ୍ରମ। ଇସ୍ରୋ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଚନ୍ଦ୍ରରେ ଅବତରଣ କରିବା ପରେ ଲ୍ୟାଣ୍ଡର ମଡ୍ୟୁଲରେ ଥିବା ହରିଜେଣ୍ଟାଲ ଭେଲୋସିଟି କ୍ୟାମେରା ଚନ୍ଦ୍ରର ଫଟୋ ନେଇଛି। ଓହ୍ଲାଇବା ବେଳେ ଏବଂ ଓହ୍ଲାଇବା ପରର ମଧ୍ୟ ଫଟୋ ନେଇଛି ବିକ୍ରମ। ଏକ ସମତଳ ସ୍ଥାନରେ ଚନ୍ଦ୍ରଯାନ ଛିଡ଼ା ହୋଇଥିବା ଏହି ଫଟୋରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ଏଥିରେ ଲ୍ୟାଣ୍ଡର ମଡ୍ୟୁଲର ଛାଇ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋକୁ ଚନ୍ଦ୍ରଯାନ ବେଙ୍ଗାଳୁରୁରେ ଥିବା କଣ୍ଟ୍ରୋଲ ରୁମ୍ ମକ୍ସ ଇଷ୍ଟ୍ରାକକୁ ପଠାଇଛି। ଇସ୍ରୋ ଟ୍ବିଟ କରି ଏହି ଫଟୋକୁ ସେୟାର କରିଛି । ଯେଉଁଥିରେ ଚନ୍ଦ୍ରପୃଷ୍ଠର ପଥୁରିଆ ତଥା ସମତଳ ଭୂଇଁର ଚିତ୍ର ଦେଖିବାକୁ ମିଳିଛି। ବିକ୍ରମ ସୁରକ୍ଷିତ ଭାବେ ଚନ୍ଦ୍ରରେ ପହଞ୍ଚିବା ପରେ ପ୍ରଜ୍ଞା ବାହାରକୁ ବାହାରି ଚନ୍ଦ୍ରରେ ବିଚରଣ କରିଛି ।
wp:embed {"url":"https://www.prameyanews7.com/india-chandrayaan-3-landing-s-somanath-p-veeramuthuvel-know-who-are-behind-isro-chandrayaan-3-mission/","type":"wp-embed","providerNameSlug":"prameya-news-7"} /wp:embedଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୧୪ ଦିନ ପର୍ଯ୍ୟନ୍ତ ନିରୀକ୍ଷଣ କରିବ । ସେଠାରେ ଚନ୍ଦ୍ରର ଉପର ଓ ଭିତର ଗଠନ, ଦକ୍ଷିଣ ମେରୁରେ ଜଳର ସନ୍ଧାନ, ଭୂମିକମ୍ପ, ତାପମାତ୍ରା ଆଦି ଅଧ୍ୟୟନ କରିବ । ସାଉଥ ପୋଲରେ ପ୍ରଥମ ଦେଶ ଭାବେ ଭାରତ ପାଦ ଥାପିଛି । ଇସ୍ରୋ ବୈଜ୍ଞାନିକଙ୍କ ଏହି ସଫଳତା ପାଇଁ ସବୁଠି ଶୁଭେଚ୍ଛାର ସୁଅ ଛୁଟିଛି ।