ଅଭିନେତା ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ଥାନାରେ ପହଞ୍ଚିଲା ଛାତ୍ର କଂଗ୍ରେସ

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ପୋଷ୍ଟକୁ ନେଇ ତାତିଲେ ଛାତ୍ର କଂଗ୍ରେସ । ଅଭିନେତାଙ୍କ ନାଁରେ ଥାନାରେ କଲେ ଲିଖିତ ଅଭିଯୋଗ । କଂଗ୍ରେସର କହିବା କଥା, ସୋସିଆଲ ମିଡିଆରେ ଅଭିନେତା ବୁଦ୍ଧାଦିତ୍ୟ ଆମ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଛନ୍ତି । ବୁଦ୍ଧାଦିତ୍ୟ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ କରି ରାହୁଲ ଗାନ୍ଧୀ ପରବର୍ତ୍ତୀ ଟାର୍ଗେଟ ବୋଲି ଲେଖିଥିବା କ୍ୟାପିଟାଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛି ଛାତ୍ର କଂଗ୍ରେସ  । ସୋସିଆଲ ମିଡିଆରେ ଆମ ନେତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଆମେ ଗ୍ରହଣ କରିବୁ ନାହିଁ । ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି, ଯଦିଓ ବୁଦ୍ଧାଦିତ୍ୟ ପୋଷ୍ଟ ଡିଲିଟ କରିଛନ୍ତି କିନ୍ତୁ ଆମେ ଚାହୁଁଛୁ ସେ ଯେଉଁଭଳି ଭୁଲ୍ ପୋଷ୍ଟ କରିଥିଲେ ସେଭଳି ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ l ନହେଲେ ଆଗାମୀ ଦିନରେ ତାଙ୍କୁ ବାଟ ଚଲାଇ ଦେବୁନାହିଁ । କାଳି ମାଡ଼ କରିବୁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

ସେପଟେ ବୁଦ୍ଧାଦିତ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସକୁ ଆକ୍ଷେପ କରିବା ମୋର କୌଣସି ଉଦ୍ଦେଶ୍ୟ ନୁହେଁ । ମୋ ପୋଷ୍ଟକୁ ଭୁଲ୍ ଅର୍ଥରେ ନେଇଛନ୍ତି କଂଗ୍ରେସ କର୍ମୀ ।

You Can Read:

ଶ୍ରୀମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ, ରାବିଡ଼ି ବିକାକୁ ନେଇ ଉତ୍ତେଜନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.