ଭୋଟ ଦେଉଛି ଛତିଶଗଡ଼-ମିଜୋରାମ, ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡି

Published By : Prameya-News7 Bureau | November 07, 2023 IST

ରାୟପୁର ୦୭।୧୧ : ମଙ୍ଗଳବାର ଛତିଶଗଡ଼ ଏବଂ ମିଜୋରାମ୍ ନିର୍ବାଚନ । ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ମତଦାନ ହେବ। ଅନ୍ୟପକ୍ଷରେ ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ଭୋଟ୍ ହେବ। ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ।

ତେବେ ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ ସମେତ ଅନ୍ୟ ୪ଟି ଜିଲ୍ଲା ଯଥା ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦନ-ଗଣ୍ଡାଇରେ ନିର୍ବାଚନ ହେବ। ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, କେଶକାଲ, କୋଣ୍ଡାଗାଓଁ, ନାରାୟଣପୁର, ଦାନ୍ତେୱାଡ଼ା, ବିଜାପୁର ଏବଂ କୋଣ୍ଟାରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଅବଶିଷ୍ଟ ୧୦ଟି ଆସନରେ ମତଦାନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।

ପ୍ରଥମ ପର୍ଯ୍ୟାୟରେ ଛତିଶଗଡରେ ୨୨୩ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଏବେ କ୍ଷମତାରେ ଅଛନ୍ତି। ୨୦୧୮ରେ ଏହି ଦଳ ୪୦ଟି ଆସନ ମଧ୍ୟରୁ ୨୮ଟି ଆସନରେ ଜିତିଥିଲା। ଏଠାରେ ଶାସକ ଦଳ ଏମଏନଏଫ, ବିରୋଧୀ ଜୋରାମ ପିପୁଲ୍ସ ମୁଭମେଣ୍ଟ ଏବଂ କଂଗ୍ରେସ ସମସ୍ତ ୪୦ଟି ଯାକ ଆସନରେ ପ୍ରାର୍ଥୀ ଦେଇଛନ୍ତି। ବିଜେପି ଏବଂ ଆପ୍ ଯଥାକ୍ରମେ ୨୩ଟି ଏବଂ ୪ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.