ବିକ୍ରି ହେବ ନମ୍‌କିନ୍ ବ୍ରାଣ୍ଡ୍ ହଲ୍‌ଦୀରାମର ଅଂଶଧନ; କିଣିବାକୁ ବହୁ କମ୍ପାନିଙ୍କ ଲମ୍ବା ଲାଇନ୍

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ନମ୍‌କିନ୍‌ ଏବଂ ମିଠା ବ୍ରାଣ୍ଡ୍‌ ହଲ୍‌ଦୀରାମକୁ କିଣିବା ପାଇଁ ବିଶ୍ୱର ବଡ଼ ବଡ଼ କମ୍ପାନିଙ୍କ ଲମ୍ବା ଲାଇନ୍ । ହଲ୍‌ଦୀରାମ୍‌ର ପ୍ରମୋଟର ପରିବାର ପ୍ରଥମେ କମ୍ପାନିରେ ବୃହତ୍‌ ଭାଗ ଅଂଶଧନ ବିକ୍ରି ଲାଗି ଯୋଜନା କରିଥିଲେ ହେଁ ଏବେ ଏମାନେ ଯୋଜନା ପରିବର୍ତ୍ତନ କରିଥିବା ଜଣାପଡ଼ିଛି । ଗଣମାଧ୍ୟମ ରିପୋର୍ଟ  ଅନୁସାରେ, ପରିବାର ଏବେ କମ୍ପାନିରେ ମାତ୍ର ୧୦ରୁ ୧୫% ଅଂଶଧନ ବିକ୍ରି କରିବାକୁ ଚାହୁଁଛନ୍ତି ।  

ରିପୋର୍ଟ ମୁତାବକ ଘରୋଇ ଇକ୍ୱିଟି ସଂସ୍ଥା ବେନ୍‌ କ୍ୟାପିଟାଲ, ବ୍ଲାକ୍‌ଷ୍ଟୋନ ଏବଂ ଟେମାସେକ୍‌ ହୋଲ୍‌ଡିଙ୍ଗ୍‌ସ ହଲ୍‌ଦୀରାମକୁ କିଣିବାକୁ ଆଗ୍ରହ ଦେଖାଇଛନ୍ତି କିନ୍ତୁ କମ୍ପାନି ଏବେ ମାତ୍ର କିଛି ଅଂଶଧନ ବିକ୍ରି କରିବାକୁ ଯୋଜନା କରୁଛି । ସୂଚନା ଅନୁଯାୟୀ, ହଲ୍‌ଦୀରାମ ପରିବାର ଏବେ ବଡ଼ ଭାଗ ଅଂଶଧନ ବିକ୍ରି କରିବାକୁ ଚାହୁଁନାହିଁ ।  ଏବେ କମ୍ପାନି ସ୍ୱଳ୍ପ ଅଂଶଧନ ବିକ୍ରି କରିବାର ଯୋଜନା ପ୍ରସ୍ତୁତ କରିଛି । ହଲ୍‌ଦୀରାମର ବ୍ୟବସାୟ ଭଲ ଚାଲିଛି । କମ୍ପାନି ଏବେ ଲାଭରେ ଅଛି । ୨୦୩୨ ସୁଦ୍ଧା ଭାରତର ସ୍ନାକ୍ସ ବଜାର ଦୁଇଗୁଣା ହୋଇ ୯୫,୫୨୧.୮ କୋଟି ଟଙ୍କାରେ ପହଞ୍ଚିବା ଅନୁମାନ ରହିଛି ।  ଏହି କାରଣରୁ ବିଶ୍ୱର ବଡ଼ ବଡ଼ କମ୍ପାନି ଏ ସୁଯୋଗର ଲାଭ ଉଠାଇବାକୁ ଚାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.