ସନ୍ତାନ ଆଶାରେ ପକ୍ଷୀକୁ ଗିଳିଦେଲେ, ତଣ୍ଟିରେ ଲାଗି ଚାଲିଗଲା ପ୍ରାଣ ,ବଞ୍ଚିଗଲା କୁକୁଡା ଚିଆଁ

Published By : Prameya-News7 Bureau | December 17, 2024 IST

ଛତିଶଗଡ ୧୭/୧୨: ସନ୍ତାନ ପାଇବା ଆଶାରେ ଯୁବକଙ୍କ ଅଜବ କାଣ୍ଡ ।  କୁକୁଡା ଚିଆଁକୁ ଗୋଟା ଗିଳିଦେବା ପରେ ଜଣେ ୩୫ ବର୍ଷର ଯୁବକଙ୍କ ଜୀବନ ଯାଇଛି । ତେବେ ସେ କୁକୁଆ ଚିଆଁ ବଞ୍ଚିଯାଇଛି । ଛତିଶଗଡରୁ ଆସିଛି ଏପରି ଚମକାଇଲା ପରି ଘଟଣା ।  ଅମ୍ବିକାପୁର ସ୍ଥିତ ଛିନ୍ଦକାଲ ଗାଁରେ  ରହୁଥିବା ଆନନ୍ଦ ଯାଦବ ତାନ୍ତ୍ରିକର ପରାମର୍ଶରେ ଏପରି କାଣ୍ଡ କରିଥିବା ଜଣାପଡିଛି ।  

ତାନ୍ତ୍ରିକ ଜଣକ ଆନନ୍ଦକୁ ବିଶ୍ବାସ ଦେଇଥିଲେ ସେ ଏପରି କଲେ ସନ୍ତାନ ସୁଖ ପାଇବେ । ସନ୍ତାନ ଆଶାରେ ଜୀଅନ୍ତା କୁକୁଡା ଚିଆଁକୁ ଗୋଟା ଗିଳିଦେଇଥିବାବେଳେ ତାଙ୍କ ତଣ୍ଟିରେ ଅଟକି ଯାଇଥିଲା । ଆଉ ଅଣନିଶ୍ବାସୀ ହୋଇ ତାଙ୍କ ଜୀବନ ଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତନାଘନା କରୁଛି । ତେବେ ଆଶ୍ଚର୍ଯ୍ୟ କଥା ହେଉଛି କୁକୁଡା ଚିଆଁଟି ବଞ୍ଚିଯାଇଛି ।

 ପରିବାର ଲୋକଙ୍କ କହିବା ଅନୁସାରେ ଆନନ୍ଦଙ୍କ ମୁଣ୍ଡ ବୁଲେଇବାରୁ ସେ ଘରେ ବେହୋସ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଅମ୍ବିକାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୋଷ୍ଟମର୍ଟମ ପରେ ମୃତକଙ୍କ ପେଟରୁ କୁକୁଡା ଚିଆଁକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏପରି ଘଟଣା ପ୍ରଥମ ବୋଲି କହିଛନ୍ତି । 

  • Chhattisgarh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.