ଭୁବନେଶ୍ବର ୬।୬: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
୨୮୮ ମୃତଦେହ ମଧ୍ୟରୁ ୨୦୫ ମୃତଦେହ ଚିହ୍ନଟ ହେବା ସହ ପରିବାରଲୋକଙ୍କୁ ହସ୍ତାନ୍ତର ହୋଇସାରିଛି । ଆଉ ୮୩ଟି ମୃତଦେହ ଚିହ୍ନଟ ହୋଇନାହିଁ । ସେସବୁର ଡିଏନ୍ଏ ସାମ୍ପଲ ରଖାଯାଇଛି । ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନ୍ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ।
ବାଲେଶ୍ବରରେ ୯୪ଟି ମୃତଦେହ ପରିବାରଲୋକଙ୍କୁ ଦିଆଯାଇଥିଲା । ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା । ସେଥିମଧ୍ୟରୁ ୧୧୦ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର ହୋଇସାରିଛି । ସେହିପରି ଭଦ୍ରକ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିଲା ତାହା ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇସାରିଛି ।
wp:html /wp:html wp:embed {"url":"https://www.prameyanews7.com/195-core-sanction-for-bahanaga-tragedy/","type":"wp-embed","providerNameSlug":"prameya-news-7"} /wp:embedସେପଟେ ବାହାନଗା ରେଳ ଦୁର୍ଘଟଣାରେ ଓଡିଶାର ୩୯ ମୃତକ ରହିଛନ୍ତି । ସେମାନଙ୍କ ଆତ୍ମୀୟଙ୍କ ପାଇଁ ଅନୁଦାନ ଘୋଷଣା ହୋଇଛି । ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି।
ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।
You Can Read :
wp:embed {"url":"https://www.prameyanews7.com/mamata-meet-sevior-injurded-at-scb/","type":"wp-embed","providerNameSlug":"prameya-news-7"} /wp:embed