୧୬ ଦେଶଙ୍କୁ ଟାର୍ଗେଟ କରି ସାଇବର ଆକ୍ରମଣ ଚଳାଇଛନ୍ତି ଚୀନ୍‌ ଗୁପ୍ତଚର, ଗୁଗଲ ସମର୍ଥିତ ଫାର୍ମର ବୟାନ ପରେ ଚାଞ୍ଚଲ୍ୟ

Published By : Prameya-News7 Bureau | June 16, 2023 IST

ୱାସିଂଟନ ୧୬।୬: ଚୀନ୍‌ ସମର୍ଥିତ ହ୍ୟାକରମାନେ ସାରା ବିଶ୍ୱରେ ସରକାରୀ ଏଜେନ୍ସୀଙ୍କୁ ଟାର୍ଗେଟ କରି ଏକ ବିଶାଳ ସାଇବର ଜାସୁସି ଅଭିଯାନ ଚଳାଇଛନ୍ତି। ଯେଉଁଥିରେ ବେଜିଂ ବିଶେଷ ଋଚି ରଖୁଥିବା ସାଇବର ସୁରକ୍ଷା ଫାର୍ମ ମେଣ୍ଡିଏଣ୍ଟ କହିଛନ୍ତି। ଏହି ହ୍ୟାକରମାନେ କମ୍ପ୍ୟୁଟର ସୁରକ୍ଷା ନେଇ ଥିବା ସବୁ ପ୍ରକାର ବାଧାକୁ ଅତିକ୍ରମ କରିଛନ୍ତି ଓ ଚୀନ ସରକାରଙ୍କ ହୀତର ସୁରକ୍ଷା କରୁଥିବା ଶହଶହ ଅଧିକାରୀ ଓ କର୍ମଚାରୀଙ୍କ ଇ-ମେଲ ଚୋରାଇ ନେଇଛନ୍ତି। ମେଣ୍ଡିଏଣ୍ଟ ଗୁଗଲଙ୍କ ସମର୍ଥିତ ଏକ ଫାର୍ମ, ଯାହାଙ୍କ ଘୋଷଣା ପରେ ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି।

ଆସନ୍ତା ଏକ ଦଶନ୍ଧିରେ ମାନବ ସମାଜ ଉପରେ ଭାରି ପଡ଼ିବ AI ! ୪୨ ପ୍ରତିଶତ ସିଇଓଙ୍କ ବଡ ଦାବି

ରିପୋର୍ଟ ଅନୁସାରେ ହ୍ୟାକରମାନେ ଏହି ଆକ୍ରମଣରେ  ବାରାକୁଡା ସପ୍ଟୱେର ଦ୍ୱାରା ଇ-ମେଲ ସିକ୍ୟୁରିଟି ସିଷ୍ଟମକୁ ଉଲ୍ଲଂଘନ କରି ଦୁର୍ଭାବନାପୂର୍ଣ୍ଣ କୋଡ ଓ ମ୍ୟାସେଜ୍ ପଠାଉଥିବା ମେଣ୍ଡିଏଣ୍ଟଙ୍କ ରିପୋର୍ଟରୁ ଜଣାପଡିଛି। ଚୀନ ହ୍ୟାକରମାନଙ୍କର ସାଇବର ଜାସୁସି ସମ୍ପର୍କରେ ପ୍ରଥମ ମେ ମାସରେ ଜଣାପଡିଥିଲା। ତେବେ ସେମାନେ ଗତବର୍ଷ ଅକ୍ଟୋବର ମାସରୁ ଏହି କାମ ଆରମ୍ଭ କରିଥିବା ଅନୁମାନ କରାଯାଉଛି। ମେଣ୍ଡିଏଣ୍ଟଙ୍କ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଚାର୍ଲସ କାର୍ମକଲ ତାଙ୍କ ବ୍ଲଗରେ ଏ ନେଇ ପୋଷ୍ଟ କରିଥିବା ବେଳେ ଏହା ସବୁଠୁ ବ୍ୟାପକ ସାଇବର ଜାସୁସି ବୋଲି କହିଛନ୍ତି।

{"id":804387,"width":841,"height":560,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ଚୀନ୍‌ ହ୍ୟାକରଙ୍କ ଏହି ଗତିବିଦ୍ଧି ଅକ୍ଟୋବର ୨୦୨୨ରୁ ଆରମ୍ଭ ହୋଇଛି। ବାରାକୁଡା ଗତ ଜୁନ ୬ ତାରିଖଦିନ ତାଙ୍କର କିଛି ଇ-ମେଲ ସୁରକ୍ଷା ଉପକରଣକୁ ହ୍ୟାକ କରି ନିଆଯାଇଥିବା ଘୋଷଣା କରିଥିଲେ। ଏହି ହ୍ୟାକ୍‌ ଏତେ ଗୁରୁତର ଥିଲା ଯେ କାଲିଫର୍ଣ୍ଣିଆ କମ୍ପାନୀ ପୁରା ଉପକରଣ ବଦଳାଇ ଦେବାକୁ ସୁପାରିଶ କରିଥିଲେ। ରିପୋର୍ଟ ଅନୁସାରେ ଏହି ସାଇବର ହ୍ୟାକରମାନେ ସାରା ବିଶ୍ୱର ଅନୁନ୍ୟ ୧୬ଟି ଦେଶଙ୍କୁ ଟାର୍ଗେଟ୍ କରିଥିଲେ।

୮୩ ବର୍ଷ ବୟସରେ ଚତୁର୍ଥ ଥର ପିତା ହେଲେ ହଲିଉଡ ଅଭିନେତା ଅଲ ପଚିନୋ, ପୁତ୍ର ସନ୍ତାନ ଜନ୍ମ ଦେଲେ ୨୯ ବର୍ଷ ବୟଷ୍କା ବାନ୍ଧବୀ

ଯେଉଁଥିରେ ସେମାନେ ସାର୍ବଜନିକ ଓ ଘରୋଇ କ୍ଷେତ୍ରକୁ ମଧ୍ୟ ଟାର୍ଗେଟରେ ଥିଲେ। ସେମାନେ ଟାର୍ଗେଟ କରିଥିବା ସଙ୍ଗଠନ ମଧ୍ୟରୁ ୫୫ ପ୍ରତିଶତ ଆମେରିକାର ହୋଇଥିବା ବେଳେ ୨୨ ପ୍ରତିଶତ ପ୍ରଶାନ୍ତ ଏସିୟ କ୍ଷେତ୍ରର ଦେଶମାନଙ୍କର ଥିଲା। ଏହା ଛଡା ୟୁରୋପ, ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରୁ ୨୪ ପ୍ରତିଶତ ଥିବା ବେଳେ ସେଥିରେ ଦକ୍ଷିଣ-ପୂର୍ବ ଏସିଆର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଥିଲେ। ପ୍ରଭାବିତ ହୋଇଥିବା ଅନୁଷ୍ଠାନ ମଧ୍ୟରେ ହଂଗକଂଗ ଓ ତାଇୱାନସ୍ଥିତ ଗବେଷଣା ସଙ୍ଗଠନ ଏବଂ ବିଦେଶ ବ୍ୟାପାର ମିସନ ମଧ୍ୟ ଥିଲେ। ଯାହା ଚୀନ ସରକାରଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମେଣ୍ଡିଏଣ୍ଟ ନିଷ୍କର୍ସରେ କହିଛନ୍ତି।

{"id":804390,"sizeSlug":"full","linkDestination":"none"}

ତେବେ ଚଳିତବର୍ଷ ପ୍ରାରମ୍ଭରେ ମାଇକ୍ରୋସଫ୍ଟ ସରକାର ସମର୍ଥିତ ଚୀନ୍‌ ହ୍ୟାକର ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରୁଥିବା ଓ ଭବିଷ୍ୟତରେ ସଂକଟ କାଳରେ ଆମେରିକା ଓ ଏସିୟା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଞ୍ଚାରରେ ସମ୍ଭାବିତ ବ୍ୟବଧାନ ସୃଷ୍ଟି ପାଇଁ ହୁଏତ ସେମାନେ ବୈଷୟିକ ଆଧାର ପ୍ରସ୍ତୁତ କରୁଥାଇ ପାରନ୍ତି ବୋଲି ସତର୍କ କରିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.