‘ନ୍ୟାୟପାଳିକା ନିରପେକ୍ଷ ଅର୍ଥ ନୁହେଁ ସବୁବେଳେ ସରକାରଙ୍କ ବିରୋଧରେ ରାୟ ଦେବା...’

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ନ୍ୟାୟପାଳିକ ନିକଟରେ ବିଶେଷ କ୍ଷମତା ରହିବାର ମାନେ ନୁହେଁ ସବୁବେଳେ ସରକାରଙ୍କ ବିରୋଧରେ ରାୟ ଶୁଣାଇବା । ଇଣ୍ଡିଆନ୍ ଏକ୍ସପ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କିଛି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଗଣମାଧ୍ୟମକୁ ଢାଲ କରି ଅଦାଲତ ଉପରେ ଚାପ ପକାଇଥାନ୍ତି । ସେମାନେ ନିଜ ସପକ୍ଷରେ ରାୟ ନେବାକୁ ପ୍ରୟାସ କରିଥାନ୍ତି ।

ସୋମବାର ଇଣ୍ଡିଆ ଏକ୍ସପ୍ରେସ ଗ୍ରୁପ ପକ୍ଷରୁ ଏକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସିଜେଆଇ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ ନ୍ୟାୟପାଳିକାର ନିରପେକ୍ଷତା ଏବଂ ପାରଦର୍ଶିତା ଉପରେ ଆଲୋକପାତ କରିଥିଲେ । ପାରମ୍ପାରିକ ଭାବେ ନ୍ୟାୟିକ ସ୍ବତନ୍ତ୍ରତାକୁ କାର୍ଯ୍ୟପାଳିକା ସହିତ ତୁଳନା କରାଯାଉଛି । ନ୍ୟାୟପାଳିକା ନିରପେକ୍ଷ ଅର୍ଥ ଏଥିରେ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷେପ ରହିବ ନାହିଁ । ମାତ୍ର ନ୍ୟାୟିକ୍ ସ୍ବତନ୍ତ୍ରତା କ୍ଷେତ୍ରରେ ଏହା ଏକମାତ୍ର ବିନ୍ଦୁ ନୁହେଁ ।  

ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, ସମାଜ ଏବେ ବଦଳିଯାଇଛି, ବିଶେଷ କରି ସୋସିଆଲ୍ ମିଡିଆ ଆସିବା ପରେ କିଛି ଗ୍ରୁପ୍ ଅଦାଲତ ଉପରେ ଚାପ ପକାଇ ନିଜ ଅନୁକୂଳ ରାୟ ନେତାକୁ ଚେଷ୍ଟା କରୁଛନ୍ତି । ଏଥିରେ ପାଇଁ ଇଲେକ୍ଟ୍ରୋନିକ୍ ମାଡିଆକୁ ବ୍ୟବହାର କରିଥାନ୍ତି । ଅଦାଲତ ଉପରେ ଚାପ ପକାଉଥିବା ଏହି ଚାପଗୋଷ୍ଠୀଙ୍କ ସପକ୍ଷରେ ଯଦି ରାୟ ଆସିଯାଏ, ତେବେ ଏମାନେ ମାନିନେଇଥାନ୍ତି ନ୍ୟାୟପାଳିକା ସ୍ବାଧୀନ ଭାବେ କାର୍ଯ୍ୟ କରୁଛି । ଯଦି ରାୟ ସେମାନଙ୍କ ସପକ୍ଷ ନଆସେ, ତେବେ ନ୍ୟାୟପାଳିକା ସ୍ବାଧୀନ ଭାବେ କାର୍ଯ୍ୟ କରୁନାହିଁ ବୋଲି ଚିତ୍କାର କରିଥାନ୍ତି ବୋଲି ସିଜେଆଇ କହିଛନ୍ତି । 

ପ୍ରଧାନ ବିଚାରପତି ଏହାକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି । ଅଦାଲତରେ ବିଚାରପତି ମାନେ ନିରପେକ୍ଷ, ତଥାପି ସେମାନେ ନିଜ ଅନ୍ତରଆତ୍ମାର କଥା ଶୁଣିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ଜର୍ଜଙ୍କ ଅନ୍ତରଆତ୍ମାର ଆଇନ ଏବଂ ସମ୍ବିଧାନ ଦ୍ବାରା ନିର୍ଦ୍ଦେଶିତ ହୋଇଥାଏ । ଏଥିରେ ଆଶ୍ଚର୍ଯ୍ୟ ହେବାରେ କୌଣସି ଅଭିପ୍ରାୟ ନାହିଁ ଯେ, ସରକାରଙ୍କ ବିରୋଧରେ ରାୟ ଏବଂ ନିର୍ବାଚନୀ ବଣ୍ଡ୍‌କୁ ରଦ୍ଦ କରିବା ମାନେ ନ୍ୟାୟପାଳିକା ସ୍ବାଧୀନ ଏବଂ ସରକାରଙ୍କ ସପକ୍ଷରେ ରାୟ ଆସିଲେ ଏହା କହିବା ଭୁଲ ହେବ ନ୍ୟାୟପାଳିକା ନରପେକ୍ଷ ନୁହେଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.