ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆରମ୍ଭ ହେଲା କି ପାଓ୍ବାର ପଲିଟିକ୍ସ ? ନିର୍ବାଚନ ପୂର୍ବରୁ ଅବସର ସଙ୍କେତ ଦେଇଛନ୍ତି ଏନସିପି (ଶରଦ ଗୋଷ୍ଠୀ) ମୁଖ୍ୟ ଶରଦ ପାଓ୍ବାର । ସେ କହିଛନ୍ତି, ୧୪ଥର ନିର୍ବାଚନ ଲଢ଼ିସାରିଛି, ଆଉ କେତେ ନିର୍ବାଚନ ଲଢ଼ିବି । କେବେ ତ ଅଟକିବାକୁ ପଡ଼ିବ । ଶରଦ ପାଓ୍ବାର କହିଛନ୍ତି, ସେ ଏବେ ଶସାନ କ୍ଷମତାରେ ନାହାନ୍ତି, ହେଲେ ରାଜ୍ୟସଭା ସାଂସଦ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ଦେଢ଼ ବର୍ଷ ରହିଛି । ଏହାପରେ ପୁଣି ଥରେ ରାଜ୍ୟସଭାକୁ ଯିବେ କି ନାହିଁ, ତାହା ବିଚାର କରିବାକୁ ପଡ଼ିବ । ହେଲେ ଆଉ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ନୂଆ ପିଢି ପାଇଁ ରାସ୍ତା ଖାଲି କରିବେ ବୋଲି ଶରଦ ପାଓ୍ବାର ସ୍ପଷ୍ଟ କରିଛନ୍ତି । ଶରଦ ପାଓ୍ବାରଙ୍କୁ ଏବେ 84 ବର୍ଷ ଚାଲିଛି । ବୟସର ଅପରାହ୍ଣରେ ବି ସେ ରାଜନୀତିରେ ସକ୍ରିୟ ରହିଛନ୍ତି ।
କିଛି ଦିନ ପୂର୍ବରୁ ଶରଦ ପାଓ୍ବାର କହିଥିଲେ, ଅନେକ ଲୋକଙ୍କୁ କିଛି ନା କିଛି ଦେଇଛନ୍ତି । ମାତ୍ର ନିଜ ଝିଅକୁ କୌଣସି ପଦ ଦେଇନଥିଲେ । କୋର୍ଟରେ ଯେତେବେଳେ ସେ ପହଞ୍ଚିଥିଲେ, ତାଙ୍କ ବିରୋଧରେ ରାୟ ଆସିଥିଲା । ଅଦାଲତ ଏନସିପି ଅଜିତ୍ ଗୋଷ୍ଠୀକୁ ପାର୍ଟି ଏବଂ ସାଇନ୍ ଦେବାକୁ ନିଷ୍ପତ୍ତି ଶୁଣାଇ ଥିଲେ । ତାଙ୍କୁ ପାର୍ଟି ଚୋରି ହୋଇଗଲା, ଦଳୀୟ ଚିହ୍ନ ଚୋରି ହୋଇଗଲା ବୋଲି ଶରଦ ପାଓ୍ବାର କହିଛନ୍ତି । କ୍ଷମତାରେ ଥିବା ବେଳେ ବହୁତ ଲୋକଜଙ୍କୁ କିଛି ନା କିଛି ପଦ ଦେଇଛନ୍ତି । କାହାକୁ ଉପ-ମୁଖ୍ୟମନ୍ତ୍ରୀ ଆସନ ଦେଇଛନ୍ତି, ହେଲେ ଝିଅ ସୁପ୍ରିୟା ସୁଲେଙ୍କୁ କୌଣସି ପଦ ଦେଇ ପାରିଲେ ନାହିଁ ବୋଲି ଶରଦ ପାଓ୍ବାର କହିଛନ୍ତି ।...