ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଦ୍ରାସାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି । ୟୁପି ମଦ୍ରାସା ଆକ୍ଟକୁ କାଏମ। ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ମୁସଲିମ୍ ଶିକ୍ଷାନୁଷ୍ଠାନ ବୋର୍ଡ ଯୁକ୍ତି ପର୍ଯ୍ୟନ୍ତ ସାର୍ଟିଫିକେଟ୍ ପ୍ରଦାନ କରିପାରିବେ । ହେଲେ କୌଣସି ପ୍ରକାର ଡିଗ୍ରୀ ସାର୍ଟିଫିକେଟ୍ ଇସ୍ୟୁ କରିପାରିବେ ନାହିଁ । ଏଭଳି କଲେ ଏହା ୟୁନିଭରସିଟି ଗ୍ରାଣ୍ଟ କମିଶନଙ୍କ ଗାଇଡଲାଇନର ଉଲ୍ଲଙ୍ଘନ ବୋଲି ମାନିନିଆଯିବ ।
ମଙ୍ଗଳବାର ସୁପ୍ରିମକୋର୍ଟରେ ୟୁପି ମଦ୍ରାସା ଆକ୍ଟକୁ ନେଇ ଶୁଣାଣି ହୋଇଛି । ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ମଦ୍ରାସା ଆକ୍ଟକୁ ସମ୍ବିଧାନ ବିରୋଧୀ ବୋଲି କହିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ମୁସଲିମ୍ ଶିକ୍ଷାନୁଷ୍ଠାନ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏହାର ଆଜି ଶୁଣାଣି ହୋଇଛି । ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟତୁ ଖାରଜ୍ କରିବା ସହିତ ୟୁପି ମଦ୍ରାସା ଆକ୍ଟକୁ କାଏମ୍ ରଖିଛନ୍ତି । କୋର୍ଟ କହିଛନ୍ତି, ସମସ୍ତ ମଦ୍ରାସା ଯୁକ୍ତ ଦୁଇ ପର୍ଯ୍ୟନ୍ତ ସାର୍ଟିଫିକେଟ୍ ପ୍ରଦାନ କରିପାରିବେ । ହେଲେ ମୁସଲିମ୍ ଶିକ୍ଷାନୁଷ୍ଠାନ ବୋର୍ଡ କୌଣସି ପ୍ରକାରର ଡିଗ୍ରୀ ପ୍ରମାଣପତ୍ର ଦେଇପାରିବନାହିଁ । ଏହାର ଅର୍ଥ ମଦ୍ରାସାମାନେ ଛାତ୍ରଛାତ୍ରୀମାନଙ୍କୁ କାମିଲ୍ ଏବଂ ଫାଜୈଲର ଡିଗ୍ରୀ ଇସ୍ୟୁ କରିପାରିବେ ନାହିଁ । ଯଦି ସେମାନେ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରନ୍ତି ତେବେ ଏହା ୟୁଜିସି ନିୟମ ବିରୋଧୀ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏହାଛଡ଼ା ଉତ୍ତର ପ୍ରଦେଶରେ ଚାଲୁଥିବା ସମସ୍ତ ମଦ୍ରାସା ରାଜ୍ୟ ସରକାରଙ୍କ ଶିକ୍ଷା ମାନକ ଦ୍ବାରା ପରିଚାଳିତ ହେବ ।
ସୁପ୍ରିମକୋର୍ଡଙ୍କ ଏହି ରାୟ ପରେ ୧୬ ହଜାର ମଦ୍ରାସାରେ ପଢ଼ୁଥିବା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ମିଳିଛି । ସିଜେଆଇ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି ପରାଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଅଲ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଠିକ୍ ନଥିଲା । ଏହା ସହିତ ଅଦାଲତ ୟୁପି ମଦ୍ରାସା ଆକ୍ଟକୁ କାଏମ୍ ରଖିଛନ୍ତି ।...