ନୟାଗଡ଼: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ। ପରେ ଆକ୍ରମଣର ରୂପ ନେଇଥିଲା ଗଣ୍ଡଗୋଳ। ଘଟଣାରେ ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ଏକ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ଭାଇ ଏବଂ ବାପା ଗୁରୁତର ହୋଇଛନ୍ତି।
ଘଟଣା ଘଟିଛି ଇଟାମାଟି ଥାନା ଭୂତଡି ଗାଁରେ । ମୃତକ ହେଲେ ଲାଠିପଡ଼ା ଗାଁର ଦଣ୍ଡୁ ବେହେରା । ସେହିଭଳି ପ୍ରମୋଦ ଏବଂ ଜଗଦେବ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।