ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଅଟୋ, ଦୁର୍ଘଟଣାରେ ୪ ଜଣ ଗୁରୁତର

Published By : Prameya-News7 Bureau | June 26, 2024 IST

Breaking_1

ସମ୍ବଲପୁର ୨୬।୬: ସମ୍ବଲପୁର ସଦର ଥାନା ଜୟନ୍ତପୁର-ମାନେଶ୍ୱର ଛକ ରାସ୍ତା ଡାକଡେରା ଗ୍ରାମ ଛକରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରାକ୍ଟରକୁ ପଛପଟୁ ଅଟୋ ଧକ୍କା ଦେଇଛି । ଫଳରେ ଅଟୋରେ ଥିବା ମହିଳା ଯାତ୍ରୀ ସୌରେନ୍ଦ୍ରୀ ବାଗ (୫୩)ଙ୍କ ମୃତ୍ୟୁ ଘଟିଛି । ଅଟୋ ଚାଳକଙ୍କ ସହିତ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୩ ଜଣ ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଓ ଅଟୋକୁ ଜବତ କରିଛି । ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ସଦର ଡାକ୍ତରଖାନାରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଘେନୁପାଲି ଡୁମାଲପଡ଼ାର ମହିଳା ଓ ପୁରୁଷମାନେ ସଦର ଥାନାକୁ କୌଣସି ଏକ ଘଟଣାରେ ଅଭିଯୋଗ କରିବାକୁ ଯାଉଥିଲେ । ଫେରିବାର ବେଳକୁ ରାତି ପ୍ରାୟ ସାଢେ ୮ ହୋଇଥିଲା । ଜୟନ୍ତପୁର ଗ୍ରାମର ଜଣଙ୍କ ଟ୍ରାକ୍ଟରରେ ଡିଜେଲ ସରିଯାଇଥିବାରୁ ରାସ୍ତା ଉପରେ ଛିଡା ହୋଇ ରହିଥିଲା । କୌଣସି ସୁରକ୍ଷା କିମ୍ବା ଲାଇଟର ବ୍ୟବସ୍ଥା ନଥିଲା । ଅଟୋ ଚାଳକ ଜାଣି ନପାରି ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ପୋଲିସକୁ ଖବର ଦେଇଥିଲେ । ପରେ ଆମ୍ବୁଲାନ୍ସରେ ଜିଲ୍ଲା ସଦର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସୌରେନ୍ଦ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୪ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

You Can Read :

ପ୍ରଣବଙ୍କ ସରକାରୀ କ୍ଵାର୍ଟର୍ସରେ ଭଙ୍ଗା ଘଟଣା, କାହା ଅନୁମତିରେ ନିର୍ମାଣ ହୋଇଥିଲା, କାହା ଅନୁମତିରେ ଭଙ୍ଗା ଚାଲିଛି ?

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.