ଜମନକିରା ଫରେଷ୍ଟ ରେଞ୍ଜରେ ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଗଲା

Published By : Prameya-News7 Bureau | September 14, 2024 IST

କୁଚିଣ୍ଡା ୧୪।୯: ସମ୍ବଲପୁର ଜମନକିରା ଫରେଷ୍ଟ ରେଞ୍ଜ ଗୋଏଲଦୁମା ଜଙ୍ଗଲ ଚଟେନଘାଟ ଠାରେ ବାଘ ଆତଙ୍କ । ବାଘ ଏକ ବାଛୁରୀକୁ ଶୀକାର କରି ଖାଇଥିବା ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ସମ୍ବଲପୁର ପାଟବନ୍ଧା ଗ୍ରାମର ଗ୍ରାବେଳ ଏକ୍କାଙ୍କ ଗାଈ ପଲ ଶୁକ୍ରବାର ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ବାଛୁରୀଟି ହଜିଯାଇଥିଲା । ବହୁ ଖୋଜାଖୋଜି କଲା ପରେ ମଧ୍ୟ ତାର କୌଣସି ସନ୍ଧାନ ମିଳିନଥିଲା । ତେବେ ଶନିବାର ସକାଳୁ ଜଙ୍ଗଲ ଜଗୁଆଳିଙ୍କ ସହ ଖୋଜାଖୋଜି କଲା ପରେ ବାଛୁରୀର ମୃତଦେହ ମିଳିଥିଲା । ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲା ପରେ ବାଘ ଶୀକାର କରିଥିବା ଜଣାପଡିଛି । ଗୋରୁ ଚରାଳି ତଥା ଜଙ୍ଗଲ ପାର୍ଶ୍ଵସ୍ଥ ଗ୍ରାମବାସୀ ଘଟଣା ଘଟିଲା ପରେ ଆତଙ୍କିତ ହୋଇ ରହୁଛନ୍ତି । ହେଲେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read:

ପୁରୀରେ ମାତିଲେ ଲୁଟେରା, ଝିଅକୁ ଟ୍ୟୁସନରୁ ଆଣି ଫେରିବା ବେଳକୁ ଘର ଖାଲି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.