ପୁରୀରେ ମାତିଲେ ଲୁଟେରା, ଝିଅକୁ ଟ୍ୟୁସନରୁ ଆଣି ଫେରିବା ବେଳକୁ ଘର ଖାଲି

Published By : Prameya-News7 Bureau | September 14, 2024 IST

ପୁରୀ ୧୪।୯: ପୁଣି ପୁରୀରେ ମାତିଲେ ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ । ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଘଟିଛି ଏଭଳି ଲୁଟ୍ ଘଟଣା । ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରିକରି ନେଇଥିବା ଅଭିଯୋଗ ହୋଇଛି । 

ଶୁକ୍ରବାର ସନ୍ଧ୍ୟା ସମୟରେ ଦୁର୍ବୃତ୍ତ ମାନେ ଘରର ତାଲା ଭାଙ୍ଗି ଆଲମିରା ଭିତରୁ ଲକ୍ଷାଧିକ ଟଙ୍କା ସହ ସମସ୍ତ ସୁନା ଗହଣା ଚୋରି କରି ନେଇଥିବା ମୁକୁନ୍ଦ ମିଶ୍ର ନଗରର ଦୀପିକା ଦାଶ ଅଭିଯୋଗ କରିଛନ୍ତି । ଏନେଇ ପୋଲିସକୁ ଖବର ଦେବା ପରେ ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । 

ତେବେ ଦୀପିକାଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତିରେ ସେ ଝିଅକୁ ଟ୍ୟୁସନରୁ ଆଣିବା ପାଇଁ ଯାଇଥିଲେ। ଘରକୁ ଫେରିବା ସମୟରେ ତାଙ୍କ ଘରର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିନେଇଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଦୁର୍ବୃତ୍ତ ମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ।

You Can Read:

ବାଘକୁ ମାରି ପୋଡିଲେ, ଲୋଭ ହେବାରୁ ମାଂସ ଖାଇଲେ, ଗିରଫ ହେଲେ ଦୁଇ ଶିକାରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.