ଅଭିନେତ୍ରୀ ରୁକସାନାଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍‌ପେନ୍ସ, ଜଣେ ସମ୍ବଲପୁରୀ ସିଙ୍ଗରଙ୍କୁ ଦାୟୀ କଲେ ମା'

Published By : Prameya-News7 Bureau | September 19, 2024 IST

ସମ୍ବଲପୁର ୧୯।୦୯: ସମ୍ବଲପୁରୀ ଅଭିନେତ୍ରୀ ରୁକସାନା ବାନୁଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ । ମୃତ୍ୟୁ ପୂର୍ବରୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ତାଙ୍କ ମା । ମୃତ୍ୟୁ ଘଟଣାରେ ଜଣେ ସମ୍ବଲପୁରୀ ସିଙ୍ଗରଙ୍କୁ ଦାୟୀ କଲେ ମୃତ ରୁକସାନାଙ୍କ ମା । 

ଦୁଇ ମାସ ଧରି ସେହି ସିଙ୍ଗର ଜଣଙ୍କ ନିର୍ଯାତନା ଦେଇ ଆସୁଥିବା ରୁକସାନାଙ୍କ ମା ସୋସିଆଲ ମଡିଆରେ କହିଛନ୍ତି । ରୁକସାନାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଭିଡିଓଟି ପୋଷ୍ଟ କରାଯାଇଛି । ବରଗଡରେ ସୁଟ୍ ହୋଇଥିବା 'ସମ୍ବଲପୁରୀଆ ଫୁଲ' ଗୀତରେ ରୁକସାନା ଅଭିନୟ କରିବା ପରେ ବିବାଦ ଆରମ୍ଭ ହୋଇଥିବା ତାଙ୍କ ମା କହିଛନ୍ତି । ଏପରିକି ଏହି ଗୀତରେ ଅଭିନୟ ପରେ ରୁକସାନାକୁ ଅନ୍ୟ ସମସ୍ତ ପ୍ରକଡ୍ସକନରୁ ଜାଣିଶୁଣି ବାଦ୍ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମନୋଜ ମିଶ୍ରଙ୍କ ସହ ରୁକସାନା ଯୋଗଦେବା ଘଟଣା ପରେ ରୁକୁ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି । ସୁଟିଂ ସେଟରେ ରୁକସାନା ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.