ଏବେ କେଉଁଠି ନବଜାତ ଶିଶୁ ପୁତ୍ର ? ୨୦ ଘଣ୍ଟା ପରେ ବି ମିଳିନି ପତ୍ତା, ବିଭିନ୍ନ ସ୍ଥାନରେ ଚଢାଉ ଜାରି

Published By : Prameya-News7 Bureau | November 27, 2024 IST

ସମ୍ବଲପୁର ୨୭/୧୧କେଉଁଠି ଅଛି ବୁର୍ଲା ଭୀମ୍‌ସାରରୁ ଚୋରି ହୋଇଥିବା ନବଜାତକ । ୨୦ ଘଣ୍ଟା ପରେ ବି ପୋଲିସ ହାତ ଖାଲି । ଏବେ ସୁଦ୍ଧା ନବଜାତକ ଚୋରି କରି ନେଇଥିବା ମହିଳାଙ୍କ ପତ୍ତା ମିଳିନି । ପୋଲିସର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ନବଜାତକ ସଂପର୍କରେ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି କହିଛନ୍ତି ସମ୍ବଲପୁର ଅତିରିକ୍ତ ଏସ୍‌ପି ।

ମଙ୍ଗଳବାର ଭୀମସାରରୁ ନବଜାତ ଶିଶୁପୁତ୍ର ଚୋରି ନେଇ ଅଭିଯୋଗ କରିଥିଲେ ଛତିଶଗଡ ଦମ୍ପତ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ମେଡିକାଲରେ ଜଣେ ମହିଳା ଆସି ସଂପର୍କ ଯୋଡିଥିଲେ । ସେ ଆମ ପୁଅକୁ ନେଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ କିଏ ସେ ମହିଳା ? କେମତି ପରିଚୟ ନଜାଣି ନବଜାତକର ମାଉସୀ ସେ ମହିଳାଙ୍କୁ ପ୍ରଶୟ ଦେଲେ । କାହିକିଁ ତାଙ୍କ ନାଁ କିମ୍ବା ମୋବାଇଲ ନମ୍ବର ନଜାଣି ମହିଳାଙ୍କୁ ୨ଦିନ ଧରି ନବଜାତକ ଭର୍ତ୍ତି ଥିବା ଓ୍ବାର୍ଡକୁ ଆଣିଥିଲେ । ତାକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ମହିଳା ଜଣକ ଶିଶୁକୁ ଧରି ଯାଉଥିବା ସ୍ତ୍ରୀ ପ୍ରସୂତି ବିଭାଗର ସିସିଟିଭିରେ ତ ନଜର ଆସିଲେ ହେଲେ ଭିମସାରର ଏଣ୍ଟ୍ରାସ ଓ ଏକ୍‌ଜିଟ୍‌ ଗେଟ ସିସିଟିଭିରେ କେମିତି ନଜର ଆସିଲେ ନାହିଁ ? ଏହି ଚୋରି ଘଟଣାରେ କେବଳ ମହିଳା ସମ୍ପୃକ୍ତ ନା ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ କରୁଛି ପୋଲିସ ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.