ସମ୍ବଲପୁର ୨୪।୦୯ : ଭିମ୍ସାରକୁ ଫାଇନ । ମୋଟ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍ କରିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଭିମ୍ସାର ମାନଦଣ୍ଡ ପୂରଣ କରୁନଥିବାରୁ ଏହି ଫାଇନ୍ କରାଯାଇଥିବା ଜଣାପଡିଛି ।
ଭିମସାରର ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିବା ପାଇଁ ବିଗତ ଦିନରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଭିମସାର ପରିଦର୍ଶନ କରିଥିଲା । ଏହି ସମୟରେ ସବୁକିଛି ଠିକ୍ ଠାକ୍ ନଥିବା ଦେଖିବାକୁ ପାଇଥିଲେ । ଯାହାଫଳରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବର୍ଜ୍ୟବସ୍ତୁ ପରିଚାଳନାର ମାନଦଣ୍ଡ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଭିମସାର ତାହା ପୂରଣ ନକରିବାରୁ ଶେଷରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ କରାଯାଇଛି । ଫାଇନ୍ ଅର୍ଥ ୧୫ ଦିନ ମଧ୍ୟରେ ପୈଠ ନକଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି ।