ଆମେରିକାରେ ପୁଣି ଫୁଟିଲା ଗୁଳି: ଟେକ୍ସାସରେ ଜୁନଟିନ୍ଥ୍ ଉତ୍ସବରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ, ତିନି ମୃତ

Published By : Prameya-News7 Bureau | June 16, 2024 IST

Image Credit: AmarUjala

ନୂଆଦିଲ୍ଲୀ: ଆମେରିକା ଟେକ୍ସାସର ରାଉଣ୍ଡ ରକ୍‌ ଠାରେ ଆୟୋଜିତ ଜୁନଟିନ୍ଥ୍ ଉତ୍ସବ ସମୟରେ ଗୁଳିକାଣ୍ଡ।  ଏହି ଗୁଳିକାଣ୍ଡରେ  ତିନି ଜଣକ ମୃତ୍ୟୁ ହୋଇଥିବାବେଳେ ଦୁଇ ପିଲାଙ୍କ ସମେତ ଛଅ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ରାଉଣ୍ଡ୍‌ ରକ୍‌ ପୋଲିସ ବିଭାଗ ଏହି ମାମଲାରେ ଯାଞ୍ଚ ଚାଲିଥିବା ନେଇ ଏକ୍ସରେ ସୂଚନା ଦେଇଛି। 

ଗଣମାଧ୍ୟମର ସୂଚନା ଅନୁଯାୟୀ, ଉତ୍ସବ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହଠାତ୍‌ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଆଉ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଗଣ୍ଡଗୋଳ ସମୟରେ ଜଣେ ବନ୍ଧୁକ କାଢ଼ିଥିଲେ ଆଉ ଗୁଳି ଚଳାଇବା ଆରମ୍ଭ କରିଥିଲା। ଆଉ ଦେଖୁଦେଖୁ ଏହି ଘଟଣା ଉଗ୍ର ରୂପ ନେଇଥିଲା। ଯେଉଁଥିରେ ୩ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ। 

ସୂଚନାଥାଉକି, ଏହା ପୂର୍ବରୁ ମିଶିଗନର ରୋଶେଷ୍ଟର ହିଲ୍ସରେ ଅର୍ବାନ କେ ସ୍ପ୍ଲାସ ପ୍ୟାଡ୍‌ରେ ମଧ୍ୟ  ଗୁଳିକାଣ୍ଡ ଘଟଣା ଘଟିଛି। ଆଉ ଏହାର କିଛି ଘଣ୍ଟା ପରେ ଏହି ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଦୁଇ ପିଲାଙ୍କ ସମେତ ଆଠ ଜଣ ଆହତ ହୋଇଥିଲେ। ଅବଶ୍ୟ ପରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିଲା।ତେବେ ଏପର୍ଯ୍ୟନ୍ତ ଗୁଳିକାଣ୍ଡର ଘଟଣା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.