ଲଗାତାର ତୃତୀୟ ଦିନରେ ଲାଲ୍ ସଂକେତରେ ବନ୍ଦ ହେଲା ସେୟାର ବଜାର, ନିବେଶକଙ୍କ କ୍ଷତି ଲକ୍ଷେ କୋଟି ଟଙ୍କା

Published By : Prameya-News7 Bureau | August 03, 2023 IST

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ଗୁରୁବାର ଅଗଷ୍ଟ ୩ ଲଗାତାର ତୃତୀୟ ଦିନରେ ଲାଲ୍ ସଂକେତରେ ବନ୍ଦ ହୋଇଛି । ସେନସେକ୍ସ ୫୪୨ ଅଙ୍କ ତଳକୁ ଖସିଥିବା ବେଳେ ନିଫ୍ଟି ୧୯,୪୦୦ ସ୍ତରକୁ ଖସିଛି । ତେବେ ମିଡ୍‌କ୍ୟାପ୍ ଏବଂ ସ୍ମଲ୍‌କ୍ୟାପରେ ଭଲ ସଂକେତ ଯୋଗୁଁ ସେୟାର ବଜାରକୁ କିଛି ବଳ ମିଳିଥିଲା । ଫାର୍ମା ଏବଂ ୟୁଟିଲିଟି ସେକ୍ଟରକୁ ଛାଡ଼ି ପ୍ରାୟ ଅନ୍ୟ ସବୁ ସେୟାରର ସୂଚକାଙ୍କ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ରିୟଲ୍ଟି, ବ୍ୟାଙ୍କିଂ ଏବଂ ମେଟଲ ସେୟାରରେ ଦେଖିବାକୁ ମିଳିଛି । ଗୁରୁବାର ସେୟାର ବଜାରରେ ନିବେଶକଙ୍କୁ ପ୍ରାୟ ୧.୦୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ପଢନ୍ତୁ: ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ଗେମ୍‌, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮% ଜିଏସ୍‌ଟି ଲାଗୁ ହେବ, ୬ ମାସ ପରେ ସମୀକ୍ଷା କରିବେ ସରକା

କାରବାର ଶେଷରେ ବିଏଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୫୪୨.୧୦ ଅଙ୍କ ଅର୍ଥାତ୍ ୦.୮୨ ପ୍ରତିଶତ କମି ୬୫,୨୪୦.୬୮ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୪୪.୯୦ ଅଙ୍କ ବା ୦.୭୪ ପ୍ରତିଶତ ତଳକୁ ଖସି ୧୯,୩୮୧.୬୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଆଜି ଅଗଷ୍ଟ ୩ରେ କମି ୩୦୨.୩୨ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଏହା ୩୦୩.୩୩ ଲକ୍ଷ କୋଟି ଟଙ୍କା ଥିଲା । ଏପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧.୦୧ ଲକ୍ଷ କୋଟି କମିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ଆଜି ପ୍ରାୟ ୧.୦୧ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି ।

{"id":825754,"sizeSlug":"full","linkDestination":"none"}

ସେୟାର ବଜାରରେ ଆଜି ସେନସେକ୍ସର ୩୦ ସେୟାର ମଧ୍ୟରୁ ୬ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଇନଫୋସିସ୍ ସେୟାର ମୂଲ୍ୟରେ ଆଜି ସବୁଠୁ ଅଧିକ ୦.୬୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ୨୪ ସେୟାର ଆଜି ହ୍ରାସ ସହ ବନ୍ଦ ହୋଇଛି । ଏଥିରେ ଟାଇଟନ୍‌ର ସେୟାର ସବୁଠୁ ଅଧିକ ୨.୪୦ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି ।  

Also Read: ସରକାରଙ୍କ ବଡ଼ ନିଷ୍ପତ୍ତି, ବିଦେଶରୁ ଲାପଟପ୍, କମ୍ପ୍ୟୁଟର ଓ ଟାବଲେଟ୍ ଆମଦାନୀ ଉପରେ ଲାଗିଲା ରୋକ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.