ଚିଟ୍‌ଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ, ‘ପଇସା ଯୋଗାଡ଼ କରି ଦେଲି, ପରେ ଦେଖିଲା ବେଳକୁ ସଂସ୍ଥା ନାହିଁ’

Published By : Prameya-News7 Bureau | December 24, 2024 IST

ଭୁବନେଶ୍ବର ୨୪।୧୨: ଚିଟ୍‌ଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଲେ ମୁଖ୍ୟମନ୍ତ୍ରୀ । କହିଲେ ମୁଁ ବି ହୋଇଥିଲି ଠକେଇର ଶିକାର । ୧୯୯୦ ଏବଂ ୨୦୦୨ରେ ଠକେଇର ଶିକାର ହୋଇଥିଲି । ଚିଟ୍ଫଣ୍ଡ ସଂସ୍ଥା ଦ୍ୱାରା ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ମୋତେ ଠକିଥିଲେ । ପଇସା ଯୋଗାଡ଼ କରି ଦେଲି ହେଲେ ପରେ ଦେଖିଲା ବେଳକୁ ସଂସ୍ଥା ନାହିଁ । ୧୯୮୬ ଆଇନରେ ଅପିଲ୍ ବି କରିଥିଲି କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ପଇସା ମିଳିଲାନି । ୧୯୮୬ ଆଇନକୁ ୨୦୧୯ରେ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏହିସବୁ ଗଳାବାଟ ବନ୍ଦ ହୋଇଛି ।

You Can Read:

ଯିଏ କୋରାପୁଟରୁ ପୁରୀ ଯାଏଁ କଂଗ୍ରେସକୁ ଭଲପାଉଥିବ ତାଙ୍କୁ AICC ପିସିସି ଦାୟିତ୍ବ ଦେବେ : ମହମ୍ମଦ ମୋକିମ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.