ରାଜଧାନୀ ଦିଲ୍ଲୀରୁ ୯୦୦ କୋଟି ଟଙ୍କାର କୋକେନ ଜବତ,NCB ଧରିଛନ୍ତି ୮୨ କେଜିରୁ ଅଧିକ ଡ୍ରଗସ୍

Published By : Prameya-News7 Bureau | November 15, 2024 IST

ନୂଆଦିଲ୍ଲୀ ୧୫।୧୧: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ରାଜଧାନୀ ଦିଲ୍ଲୀରୁ ୮୨.୫୩ କେଜି ଉଚ୍ଚ ଗ୍ରେଡର କୋକେନ ଜବତ କରିଛନ୍ତି। ଦିଲ୍ଲୀର ଏକ କୋରିୟର ସେଣ୍ଟରରୁ ଏହି କୋକେନ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଥିବା ବେଳେ ଡ୍ରଗସ୍ ରାକେଟ ବିରୋଧରେ ଆମର ସନ୍ଧାନ ଜାରି ରହିବ ବୋଲି କହିଛନ୍ତି। 

ଏ ନେଇ ଗୃହମନ୍ତ୍ରୀ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ଗୋଟିଏ ଦିନରେ ଅବୈଧ ଡ୍ରଗସ୍ ବିରୋଧରେ ଲଗାତାର ଦୁଇଟି ବଡ଼ ସଫଳତା ମୋଦି ସରକାରଙ୍କ ନିଶା ମୁକ୍ତି ଭାରତ ନିର୍ମାଣ ନିମନ୍ତେ ଅତୁଟ ସଂକଳ୍ପକୁ ଦର୍ଶାଉଛି ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଏନସିବି ଆଜି ନୂଆଦିଲ୍ଲୀରେ ୮୨.୫୩ କେଜି ଉଚ୍ଚ ମାନର କୋକେନ ଜବତ କରିଛି। ଏଥି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଏନସିବିକୁ ଶୁଭେଚ୍ଛା ଜେଣାଇଛନ୍ତି। 


ଏନସିବି ବୟାନ ଅନୁସାରେ ଯାଞ୍ଚରୁ ଡ୍ରଗ ସିଣ୍ଡିକେଟକୁ ବିଦେଶରେ ରହୁଥିବା ଲୋକଙ୍କ ଏକ ସମୂହ ସଞ୍ଚାଳନ କରୁଛନ୍ତି। ଜବତ କରାଯାଇଥିବା ଡ୍ରଗସର ତସ୍କରୀରେ ଅଷ୍ଟ୍ରେଲିଆ ପଠା ଯିବାର ଥିଲା। ଏଥିରୁ କିଛି ମାତ୍ରାରେ କୋରିୟର ଓ ଛୋଟ କାର୍ଗୋ ସେବା ମାଧ୍ୟମରେ ପଠାଯାଉଥିବା ବେଳେ ଏନସିବି ହାତରେ ପଡିଛି। ଏହି କାଣ୍ଡରେ ସାମିଲ ଲୋକେ ମୁଖ୍ୟ ରୂପେ ହାୱଲା ଅପରେଟର ଅଟନ୍ତି ଓ ଜଣେ ଅନ୍ୟଜଣକ ଲାଗି ଅଚିହ୍ନା। ଯେଉଁମାନେ ଡ୍ରଗ ଡିଲିଂରେ ଦୈନନ୍ଦିନ କଥାବାର୍ତ୍ତା ପାଇଁ ଛଦ୍ମ ନାମର ବ୍ୟବହାର କରୁଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.