କମିବ ରାତି ତାପମାତ୍ରା, ଶୁକ୍ରବାରଠାରୁ ରାଜ୍ୟରେ ବଢ଼ିବ ଶୀତ, ୧୧ଜିଲ୍ଲାରେ ପ୍ରବଳ ଥଣ୍ଡା !

Published By : Prameya-News7 Bureau | November 15, 2024 IST

ଭୁବନେଶ୍ୱର ୧୫/୦୫: ଶୁକ୍ରବାରଠାରୁ ରାଜ୍ୟରେ ବଢ଼ିବ ଶୀତ । କମିବ ରାତି ତାପମାତ୍ରା । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ରହିବ । ମାତ୍ର ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱାଭାବିକଠୁ ବି କମ୍‌ ରହିବ । ୨ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ ସର୍ବନିମ୍ନ ତାପମାତ୍ରା । 

ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ବେଳେ ସର୍ବନିମ୍ନ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ସେଲସିୟସକୁ ଖସିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳକୁ ଲାଗିଥିବା ଜିଲ୍ଲାଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୬ ଡିଗ୍ରୀ ସେଲସିୟସ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । 

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଦିନବେଳେ ଖରା ପାଗ ରହିବ । ରାତିବେଳକୁ ତାପମାତ୍ରା ପାଖାପାଖି ୧ ଡିଗ୍ରୀ ସେଲସିୟସ କମିବ । ରାଜ୍ୟରେ ଶୀତ ସାମାନ୍ୟ ବଢ଼ିବ । ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହିବ । ସମୁଦ୍ର କୂଳରୁ ପବନ ବୋହିବା କମିବ । ଆସନ୍ତା ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.