କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Published By : Prameya-News7 Bureau | November 15, 2024 IST

ଭୁବନେଶ୍ୱର ୧୫/୦୫: କାର୍ତ୍ତିକ ପୂର୍ଣ୍ଣମୀ ଏହି ଅବସରରେ ରତ୍ନ ସିଂହାସନରୂଢ଼ ଶ୍ରୀବିଗ୍ରହଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଏହି ବେଶରେ ଠାକୁରେ ବହୁମୂଲ୍ୟ ଅଳଙ୍କାର ଲାଗି ହେବେ । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ସୁନାବେଶରେ ଦେଖି ଧନ୍ୟ ହେବେ । ସେଥିପାଇଁ ଗୁରୁବାରଠାରୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ଅବକାଶ ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । 

ପୂର୍ବ ପଞ୍ଚୁକ ନୀତିକୁ ଦେଖିଲେ ସମ୍ଭବତଃ ସକାଳ ସାଢେ ୭ଟାରେ ଆରମ୍ଭ ହୋଇ ଠାକୁରଙ୍କ ସୁନା ବେଶ ପୂର୍ବାହ୍ନ ଦଶଟା ପୂର୍ବରୁ ସରିବ । ଭୋଗମଣ୍ଡପ ପୂଜା ଶେଷ ବେଳକୁ ଅପରାହ୍ନ ପ୍ରାୟ ୪ଟା ହେଉଛି । ସେହି ସମୟ ପର୍ଯ୍ୟନ୍ତ ସୁନାବେଶ ରହିବ ବୋଲି ସୂଚନା ରହିଛି । ଶୁକ୍ରବାର ପ୍ରତ୍ୟୁଷରୁ ଶ୍ରୀମନ୍ଦିର ଦ୍ୱାର ଖୋଲି ସହଳ ମହାପ୍ରଭୁଙ୍କ ସୁନାବେଶ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । 

ସୂଚନା ଥାଉକି, ବର୍ଷକରେ ସମୁଦାୟ ୫ ଥର ସୁନାବେଶ ଅନୁଷ୍ଠିତ ହୁଏ । ରଥ ଉପରେ ଆଷାଢ଼ ଏକାଦଶୀରେ ସୁନାବେଶ ହେଉଥିବା ବେଳେ ପୌଷ ପୂର୍ଣ୍ଣିମା, ଦଶହରା, ଦୋଳ ପୂର୍ଣ୍ଣିମା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ସୁନାବେଶ ହୁଏ । ମହଣ ମହଣ ସୁନା ତଥା ରତ୍ନ ଅଳଙ୍କାରରେ ଶ୍ରୀବିଗ୍ରହ ବିଭୂଷିତ ହେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.