ଭୁବନେଶ୍ୱର ୧୫/୧୧ : ମାତିଲେ ଲୁଟେରା, ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍ । କାର୍ତ୍ତିକ ପୂର୍ଣ୍ଣିମାରେ ନୟାପଲ୍ଲୀ ବେହେରାସାହି ଶିବ ମନ୍ଦିରରୁ ଲୁଟର ଖବର ସାମ୍ନାକୁ ଆସିଛି । ଏନ-୫ ଅଞ୍ଚଳର ଲକ୍ଷ୍ମୀପ୍ରିୟା ପତି ସକାଳୁ ଡଙ୍ଗା ଭସାଇ ମନ୍ଦିରକୁ ଯାଇ ଦର୍ଶନ କରିବାକୁ ଧାଡ଼ିରେ ଛିଡ଼ାହୋଇଥିବା ସମୟରେ ଲୁଟର ଶିକାର ହୋଇଛନ୍ତି ।
ମାତିଲେ ଲୁଟେରା, ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍। କାର୍ତ୍ତିକ ପୂର୍ଣ୍ଣିମାରେ ନୟାପଲ୍ଲୀ ବେହେରାସାହି ଶିବ ମନ୍ଦିରରୁ ଲୁଟର ଖବର ସାମ୍ନାକୁ ଆସିଛି। ଏନ-୫ ଅଞ୍ଚଳର ଲକ୍ଷ୍ମୀପ୍ରିୟା ପତି ସକାଳୁ ଡଙ୍ଗା ଭସାଇ ମନ୍ଦିରକୁ ଯାଇ ଦର୍ଶନ କରିବାକୁ ଧାଡ଼ିରେ ଛିଡ଼ାହୋଇଥିବା ସମୟରେ ଲୁଟର ଶିକାର ହୋଇଛନ୍ତି । କେହି ଦୁର୍ବୃତ୍ତ ବୃଦ୍ଧାଙ୍କ ବେକରୁ ଚେନ୍ ଝାମ୍ପି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।