ବାସୁଦେବପୁର ୧୫।୧୧: ମୁହାଣର ଅନତି ଦୂରରେ ଫସିଲା ବୋଟ୍ । ଜୁଆର ପାଣି କମିଯିବାରୁ ଯାତ୍ରୀବାହୀ ବୋଟ୍ ଫସିଛି । ଚୁଡ଼ାମଣିରେ ବୋଇତ ବନ୍ଦାଣ ଉତ୍ସବ ବେଳେ ଏଭଳି ଅଘଟଣ ଘଟିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକଜିଲ୍ଲା ବାସୁଦେବପୁର ବ୍ଲକ ଚୁଡ଼ାମଣିରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ଚୁଡ଼ାମଣି ମୁହାଣରୁ ୭ ଜଣ ସାଧବ ପୁଅକୁ ଧରି ଏକ ବୋଟ୍ ସାହାଯ୍ୟରେ ସମୁଦ୍ର ବୁଲିବାକୁ ଯାଇଥିଲେ । ସାଧବ ପୁଅ ସହିତ ଆହୁରି ଦେଖଣାହାରି ଅନ୍ୟ ବୋଟ୍ରେ ସମୁଦ୍ରକୁ ଯାଇଥିଲେ । ଜୁଆର କମିବା ପୂର୍ବରୁ ସାଧବପୁଅ ମାନେ କୂଳ ଅଭିମୁଖେ ଫେରିଆସିଥିଲେ । କିନ୍ତୁ ଚୁଡାମଣି ମୁହାଣର ଅନତି ଦୂରରେ ଫସିଲା ଯାତ୍ରୀବାହୀ ବୋଟ୍ । ବୋଟ୍ରେ ପାଖାପାଖି ଶହେରୁ ଉର୍ଦ୍ଦ୍ବ ଯାତ୍ରୀ ଥିଲେ । ବୋଇତ ବନ୍ଦାଣ ଉତ୍ସବ ଅବସରରେ ଚୁଡାମଣିରୁ ସମୁଦ୍ରକୁ ବୁଲିବାକୁ ଯାଇଥିଲେ । ଫେରିବା ସମୟରେ ଜୁଆର ପାଣି ମୁହାଣ ନିକଟରେ ବୋଟ୍ଟି ଫସିଯାଇଥିବା ସୂଚନା । ଅନ୍ୟ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ କୂଳକୁ ଅଣାଯାଇଥିବା ଦେଖିବାକୁ ମିଳିଛି ।
You Can Read:
ଲିକେଜ୍ରୁ ଫାଟିଲା ଗ୍ୟାସ୍ ଟାଙ୍କି, ୩ ଗୁରୁତର ଚିକିତ୍ସାଳୟରେ ଭର୍ତ୍ତି