କରଞ୍ଜିଆ ୧୫/୧୧: ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଲା ଆଉ ଏକ ବାଘୁଣୀ । ବାଘୁଣୀର ନାଁ ଜିନତ୍ ରଖାଯାଇଛି । ଆଜି ସକାଳ ୯ଟାରେ ବାଘୁଣୀ ଜିନତକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଜିନତ୍କୁ ଛଡାଯାଇଛି । ଜିନତ୍ର ବୟସ ୩ ବର୍ଷ । ତାର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା RCCF କହିଛନ୍ତି ।
କିଛି ଦିନ ଏନକ୍ଲୋଜରରେ ରଖି ତାର ଗତିବିଧି ଉପରେ ନଜର ରଖାଯିବ । ଏହାପରେ ଜିନତକୁ ଜଙ୍ଗଲକୁ ଛଡାଯିବ । ୧୩ ନଭେମ୍ବରରୁ ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ବାଘୁଣୀକୁ ରାୟପୁର, ସମ୍ବଲପୁର, ଯଶିପୁର ଦେଇ ଶିମିଳିପାଳକୁ ଅଣାଯାଇଛି । ପୂର୍ବରୁ ଯମୁନାକୁ ୧୫ ଦିନ ଲାଗି ଯେଉଁ ଏନକ୍ଲୋଜରରେ ରଖାଯାଇଥିଲା । ଏବେ ଜୀନତକୁ ମଧ୍ୟ ସେହିଠାରେ ଛଡାଯାଇଛି ।
ଗତ ୧୩ ତାରିଖ ଅପରାହ୍ନରେ ତାବୋଡା ଠାରେ ତାକୁ ନିଶ୍ଚେତକ ଦିଆଯାଇ ଧରାଯିବା ପରେ ୯୦୦କିମି ଯାତ୍ରା କରାଇ ଗୁରୁବାର ରାତି ୧୦ଟାରେେ ଶିମିଳିପାଳର ଗୁଡୁଗୁଡ଼ିୟା ଠାରେ ପହଞ୍ଚିଥିଲା । ଜିନତ୍ ୩ ବର୍ଷ ବୟସର ବାଘୁଣୀ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟ ଅଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସ ଟି ଆର୍ ପକ୍ଷରୁ ସୂଚନା ମିଳିଛି।
ସୂଚନା ଥାଉକି, ୨୦୨୩ ବାଘ ଗଣନା ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି। ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା।
ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ। ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ। ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ବିତୀୟ ବାଘୁଣୀକୁ ଶିମିଳିପାଳ ଅଣାଯାଇଛି ।