ରାୟଗଡା ୧୫।୧୧: ଲିକେଜ୍ରୁ ଫାଟିଲା ଗ୍ୟାସ୍ ଟାଙ୍କି । ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା ହତିପଥର ରୋଡ଼ ରାଣୀଗୁଡା ଫାର୍ମ ନିକଟରେ ଫାଟିଲା ଗ୍ୟାସ୍ ଟାଙ୍କି । ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ହେଲେ ଡି. ସିବା, ଧର୍ମା ମିଣିଆକା ଓ ଦିନ ମିଣିଆକା ।
ଗୁରୁତର ସମସ୍ତେ ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ ଏକ ଭଡା ଘରେ ରହୁଥିଲେ । ଗ୍ୟାସ୍ ଲିକେଜ ଥିବାରୁ ଗ୍ୟାସ୍ ଅନ୍ କରିବା ପରେ ହଠାତ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଫଳରେ ୩ ଜଣ ଗୁରୁତର ହୋଇଥିଲେ ।
You Can Read:
ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ମନେ ପକାଇଲେ ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରା