ଭୁବନେଶ୍ଵର ୧୦।୧୧; ପୁଣି ଫେରିବ ହାଡଭଙ୍ଗା ଶୀତ। ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଦାରିଙ୍ଗବାଡିରେ ଶୀତର ପ୍ରକୋପ ବଢୁଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁଜାଳି ବସି ରହୁଛନ୍ତି । ସେପଟେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ ଓ ଅଞ୍ଚଳବାସୀ। ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି ।
କୁହୁଡି ବଦଳାଇ ଦେଇଛି ପ୍ରକୃତିର ରୂପ । ଶୀତଦିନ ଆସିଲେ ମନେ ପଡ଼େ ଦାରିଙ୍ଗବାଡ଼ି କଥା। ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ ଭାବେ ଦାରିଙ୍ଗବାଡ଼ି ବେଶ ପରିଚିତ। ପ୍ରତ୍ୟେକ ବର୍ଷ ଶୀତଦିନ ଆସିଲେ ପ୍ରବଳ ଶୀତ ଅନୁଭୂତ ହୁଏ ଦାରିଙ୍ଗବାଡ଼ିରେ। ଏମିତି କି ତୁଷାରପାତ ମଧ୍ୟ ହୋଇଥାଏ। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିକୁ ଆସୁଛନ୍ତି ପର୍ଯ୍ୟଟକ । ଧୀରେ ଧୀରେ ଭିଡ଼ ମଧ୍ୟ ବୃଦ୍ଧି ପାଉଛି।