ଛାତ୍ରୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | July 09, 2024 IST

ଜଳେଶ୍ବର ୯କଲେଜ ଛାତ୍ରୀଙ୍କୁ ଧକ୍କା ଦେଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର । ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ କଲେଜ ଛାତ୍ରଛାତ୍ରୀ ରାସ୍ତା ଅବରୋଧ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ବଡଖୋଳିଆ ଗ୍ରାମର ରଶ୍ମିତା ପ୍ରଧାନ ସାଇକେଲ ଯୋଗେ ଲଙ୍ଗଳେଶ୍ବର ସ୍ଥିତ ଦୁର୍ଗା ପ୍ରସନ୍ନ ମହାବିଦ୍ୟାଳୟକୁ ଆସୁଥିବା ସମୟରେ  ପଞ୍ଚୁପାଲି ମାନ୍ଧାତା ରାସ୍ତାର ଦକ୍ଷିଣ ମହାବଳା ଛକ ନିକଟରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ଥାନୀୟ ଲୋକମାନେ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖିଛନ୍ତି । ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ କଲେଜ ଶତାଧିକ ଛାତ୍ରଛାତ୍ରୀ ରାସ୍ତା ଅବରୋଧ କରିଥିବା ବେଳେ, ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

You Can Read:

ଜଙ୍ଗଲ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୨୩ ଜଣ ମହିଳା, ପୁରୁଷ ଓ ନାବାଳକ ଆହତ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.