ଲଗାଣ ବର୍ଷାରେ ଧୋଇଗଲା ପୋଲ, ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | September 10, 2024 IST

ବୈପାରୀଗୁଡା ୧୦।୯: ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରବାହ ବୈପାରୀଗୁଡାରେ ଦେଖିବାକୁ ମିଳିଛି l ବର୍ଷା ପ୍ରବାହରେ ବିଭିନ୍ନ ସ୍ଥାନରେ ଭୁଶୁଡିଲା ପୋଲ l ଏକାଧିକ ଗାଁକୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି l 

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଂଚାୟତର ଗରୁଡ଼ୁଗୁଡା ଗାଁ ପୋଲ ବର୍ଷା ପାଣିରେ ଧୋଇ ହୋଇଯାଇଛି l ଫଳରେ ରାଜୁଗୁଡା, ଭରୁଆବଡ଼ି, ଉଛଲଗୁଡା ଆଦି ୩ ଖଣ୍ଡ ଗାଁ ସହିତ ପଂଚାୟତ ସଦର ମହାକୁମା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l ସେହିପରି ମାଠପୋଡ଼ା ପଂଚାୟତର ମୂଷାପଦର ଗାଁରେ ଏକ ପୋଲ ଭୁଶୁଡି ଯାଇଛି l ଫଳରେ ରାମଗୁଡା ଗାଁ ବାହ୍ୟ ଜଗତରୁ ଏବେ ବିଚ୍ଛିନ୍ନ ହୋଇଯାଇଛି l ବୈପାରୀଗୁଡା ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି l

You Can Read:

ଆଇନ ବିଭାଗ ଓ କ୍ଷମତା ତାଙ୍କ ହାତରେ ଅଛି, ତେଣୁ କିଏ କାହାକୁ ପ୍ରଶ୍ନ ପଚାରୁଛି : ବିଜେଡି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.