ଆଇନ ବିଭାଗ ଓ କ୍ଷମତା ତାଙ୍କ ହାତରେ ଅଛି, ତେଣୁ କିଏ କାହାକୁ ପ୍ରଶ୍ନ ପଚାରୁଛି : ବିଜେଡି

Published By : Prameya-News7 Bureau | September 10, 2024 IST

ଭୁବନେଶ୍ବର ୧୦।୯: ବିଭିନ୍ନ ହତ୍ୟାକାଣ୍ଡ ଘଟଣାରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେଡି । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଲେ, ଏସବୁ ପ୍ରସଙ୍ଗରେ ପୂର୍ବରୁ ବିଧାନସଭାରେ ଆଲୋଚନା ହୋଇଛି । ମନ୍ତ୍ରୀ ମଧ୍ୟ କହି ସାରିଛନ୍ତି ଯେ, ଏସବୁ ପ୍ରସଙ୍ଗ ଉପରେ ସରକାର ପୁନର୍ବିଚାର କରିବେ । ଯେତେବେଳେ ମନ୍ତ୍ରୀ ମାନେ କହି ସାରିଛନ୍ତି, ସେତେବେଳେ ବିଜେପିର ବରିଷ୍ଠ ବିଧାୟକ ଏ କଥା ଗୃହରେ ଉଠାଇବାକୁ ନେଇ ପ୍ରଶ୍ନ ଉଠିଛି । ଆଇନ ବିଭାଗ ଓ କ୍ଷମତା ତାଙ୍କ ହାତରେ ଅଛି । ତେଣୁ କିଏ କାହାକୁ ପ୍ରଶ୍ନ ପଚାରୁଛି ? ତେଣୁ ସରକାର ନିଷ୍ପତ୍ତି ନେବାରେ ବିଫଳ ହେଉଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି । କଥା ଆଗ କୁହାଯାଉଛି, ଚିନ୍ତା ପରେ କରାଯାଉଛି । ବାମ ହାତ କ’ଣ କରୁଛି, ଡାହାଣ ଜାଣିନାହିଁ, ଡାହାଣ କ’ଣ କରୁଛି, ବାମ ଜାଣିନାହିଁ । ଦୁଇ ହାତ କ’ଣ କରୁଛନ୍ତି, ମୁଣ୍ଡ ଜାଣୁ ନାହିଁ । 

ସରକାରଙ୍କ ଉକ୍ତି ଏବଂ କାର୍ଯ୍ୟକାରିତା ଭିତରେ ତାଳମେଳ ରହୁନାହିଁ ।   ସରକାରଙ୍କ ହାତରେ କ୍ଷମତା ଅଛି । ଯଦି ସରକାର ଭାବୁଛନ୍ତି, କୌଣସି ସ୍ଥାନରେ ଲକ୍ଷ୍ୟ ବିଚ୍ୟୁତି ହୋଇଛି, ତାଙ୍କ ହାତରେ କ୍ଷମତା ଅଛି । ସରକାରଙ୍କୁ ସିବିଆଇ ତଦନ୍ତ କରିବାକୁ କେହି ମନା କରିନାହାନ୍ତି । ତେଣୁ ଜୟ ନାରାୟଣ କାହାକୁ ପ୍ରଶ୍ନ ପଚାରୁଛନ୍ତି । ସରକାରଙ୍କ ପାଖରେ ନିଷ୍ପତ୍ତି ନେବାର କ୍ଷମତା ଅଛି । ତେଣୁ କଥା କହି ପଛକୁ ଅନାଇବାର କାରଣ କ’ଣ ? 

You Can Read:

ରାଜ୍ୟରେ ଘଟିଥିବା ରହସ୍ୟଜନକ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ଦିଆଯାଉ : ଜୟ ନାରାୟଣ ମିଶ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.