ବିନିକା: କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଅସତ୍ୟ ଉପରେ ସତ୍ୟର ଜୟ ଏବଂ ଅଧର୍ମ ଉପରେ ଧର୍ମର ଜୟ ବାର୍ତ୍ତା ଦେଇ ହୋଇ ଆସୁଛି ଧନୁଯାତ୍ରା l ଆଜକୁ ୨୦ ବର୍ଷ ହେବ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ହୋଇଆସୁଛି l ଏହି ଧନୁଯାତ୍ରା ମହୋତ୍ସବରେ ମହାରାଜାଙ୍କ କଳାକୁ ଦର୍ଶକ ଉପଭୋଗ କରି କୁନି କୁନି ପୁଅ ଝିଅ ମାନେ ମୀନାବଜାର ବେଶ ମଜା ନେଉଛନ୍ତି l ତା ସାଙ୍ଗକୁ କଂସ ଦରବାରରେ ରାଜ ଅତିଥି ଭାବରେ ପ୍ରତ୍ୟେକ ଦିନ ନେତା ମନ୍ତ୍ରୀ ବିଧାୟକ ମଞ୍ଚରେ ଉପସ୍ଥିତ ରହୁଛନ୍ତି l
ଦୀର୍ଘ ୧୦ ଦିନ ଧରି ପାଳିତ ହେଉଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥିତ ଅରିଗାଁ ୨୦ ତମ ଆଞ୍ଚଳିକ ଧନୁଯାତ୍ରା ମହାଆଡ଼ମ୍ବରରେ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଶୀତୁଆ ରାତିରେ ଚାଲିଛି l ଆଧ୍ୟାତ୍ମିକ ପରିବେଶ ସହ ପୂର୍ବ ପରମ୍ପରା ରୀତି ନୀତି ଅନୁସାରେ କୃଷ୍ଣ ବଳରାମଙ୍କ ସମସ୍ତ ଲୀଳା ଖେଳା ସହ କଂସ ମହାରାଜାଙ୍କ ବଧ ପର୍ଯ୍ୟନ୍ତ ସମସ୍ତ ନାଟ୍ୟକୁ ଉପଭୋଗ କରୁଥିଲେ ଅଞ୍ଚଳବାସୀl ବିନିକା ବ୍ଲକ ବାଙ୍କୀଘିଡି ପଞ୍ଚାୟତ ସ୍ଥିତ ଅରିଗାଁ ଏକ ଛୋଟ ଗାଁ ହୋଇଥିଲେ ମଧ୍ୟ ଧନୁଯାତ୍ରା କାରଣରୁ ଏହା ବେଶ ପ୍ରସିଦ୍ଧ।
ଗାଁ କମିଟି ଏବଂ ଏହାର ଯୁବକ ମାନଙ୍କ ଅଦ୍ୟମ ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ଆଜି ଧନୁଯାତ୍ରା ଦୀର୍ଘ ବର୍ଷ ପୂରଣ କରି ପାରିଛି । ଏହି ବର୍ଷ ମଧ୍ୟ ଧନୁଯାତ୍ରା ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଧନଯାତ୍ରାର କଂସ ଦରବାରରେ କଂସ ମହାରାଜାଙ୍କ ଆଦେଶରେ ପ୍ରତ୍ୟେକ ଦିନ ନେତା ଅଭିନେତା ମନ୍ତ୍ରୀ ବିଧାୟକ ଉପସ୍ଥିତ ରାଜ ଅତିଥି ଭାବରେ ଜୋଗ ଦେଉଛନ୍ତି l
ଆଜି କଂସ ଦରବାରରେ ଧନୁଯାତ୍ରା କମିଟି ସଭାପତି ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ସହିତ ଓଡ଼ିଶା ବିଧାନସଭାର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ରାଜଅତିଥି ଭାବେ ଯୋଗଦେଇଥିଲେl ପଞ୍ଚ୍ୟାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ରାଜଅତିଥି ଭାବରେ ଯୋଗଦେଇ ଧନୁଯାତ୍ରାକୁ ବେଶ ଉପଭୋଗ କରିବା ସହ ପ୍ରତ୍ୟେକ ବର୍ଷ ଏଭଲି ଭାବରେ କମିଟି, ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗ ଲାଗିରହି ଆଗକୁ ଏଭଲୀ ଭାବରେ ଚାଳିରହିଥାଉ ବୋଳି କଂସ ଦରବାରରେ ନିଜ ସଂସ୍କୃତିକ ବାର୍ତ୍ତା ରଖିଥିଲେ l
ଅରିଗାଁ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ସୁଶିଲ କୁମାର ମେହେର ଏହି ମଞ୍ଚରେ ପୂର୍ବରୁ ମଧ୍ୟ ଅଭିନୟ କରିଆସୁଥିଲେ l ମୁଖ୍ୟ ଆକର୍ଷଣ କଂସଙ୍କ ଦରବାରରେ ହେଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ସୁଶିଲ କୁମାର ମେହେରଙ୍କ ସଂଳାପ ଲୋକଙ୍କୁ ମଞ୍ଚ ପାଖକୁ ଟାଣି ନେଇଥିଲା । କଂସ ଗୋଟି ଗୋଟି ସମସ୍ତ ରାକ୍ଷସମାନଙ୍କୁ କୃଷ୍ଣ ବଳରାମଙ୍କୁ ମାରିବାକୁ ଯେତେବେଳେ ଗୋପପୁରକୁ ପଠାଇ ଥାଏ ଭଗବାନ କୃଷ୍ଣ ଦ୍ୱାରା ସମସ୍ତେ ହତ୍ୟା ହୁଅନ୍ତି ।
ସମସ୍ତ ଅସୁର ମାନଙ୍କୁ କୃଷ ବଳରାମ ବଧ କରିବା ଖବର ପାଇଁ ଚିନ୍ତା କରି କଂସ ଦୁଃଖରେ ଥାଏ । କିନ୍ତୁ ତଥାପି ମଧ୍ୟ କଂସ ମହାରାଜ କୃଷ୍ଣ ବଳରାମଙ୍କ ସହ ଲଢେ଼ଇ କରିବା ପାଇଁ ଅନେଇ ରହିଥାଏl ଏହି ଧନୁଯାତ୍ରାରେ ମିନାବଜାର,ବିଭିନ୍ନ ପ୍ରକାରର ରାମଦୋଳି,ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଦୋକାନ ପାଇଁ ପ୍ରବଳ ଗହଳି ହୋଇଥିଲା। କୃଷ ବଳରାମ ସହିତ ମଲ୍ଲ ଯୁଦ୍ଧରେ ମଞ୍ଚରୁ ପଡି କଂସ ବଧ ହେବା ପରେ ଧନୁଯାତ୍ରା ଉଦଯାପିତ ହୋଇଥିଲା l ଏହି ଧନୁଯାତ୍ରାରେ ଅଞ୍ଚଳବାସୀଙ୍କ ସହ ଗ୍ରାମବାସୀ, କର୍ମକର୍ତ୍ତା, ପୋଲିସ ପ୍ରଶାସନ, କମିଟିର ସମସ୍ତ ସଦସ୍ୟଙ୍କ ସାହଯ୍ୟ ସହଯୋଗ ଲାଗି ରହିଛି l ଏହି ଯାତ୍ରାଟି ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ହେଉଛି l
ପୂର୍ବ ପରମ୍ପାରାକୁ ବଞ୍ଚାଇ ଏହି ଯାତ୍ରା ହୋଇଆସୁଥିବା ବେଳେ ଶୀତୁଆ ରାତିରେ କଂସ ଦରବାର ସହିତ ମୀନାବଜାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ ଅଞ୍ଚଲର ହଜାର ହଜାର ଦର୍ଶକ l