ଦୁଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଓ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ଉଠିଲା ନିଲମ୍ବନ, ଦଳକୁ ଫେରିଲେ କୃଷ୍ଣଚନ୍ଦ୍ର ସଗରିଆ

Published By : Prameya-News7 Bureau | January 23, 2024 IST

ଭୁବନେଶ୍ବର ୨୩।୧: ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିଲା । ସେହିଭଳି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ମଧ୍ୟ ଦଲ ନିଲମ୍ବନ ହଟାଇଲା । ତେବେ ଉଭୟଙ୍କ ନିଲମ୍ବନ ହଟିବା ନେଇ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ସେପଟେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ଦଳକୁ ଫେରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ମସିହା ଜୁଲାଇ ମାସ ୧୫ ତାରିଖରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ସସପେଣ୍ଡ କରିଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଥିଲା ।

ଏଆଇସିସି ଅନୁସାରେ ପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କ ନାଁରେ ଦଳ  ବିରୋଧୀ ଅଭିଯୋଗ କରିଥିଲେ । ଘଟଣା ଶୃଙ୍ଖଳା ଆକ୍ସନ କମିଟିକୁ ପଠାଯାଇଥିଲା । ଏହା ଉପରେ ଡିଏସି ନୋଟିସ୍ ଜାରି ଉଭୟଙ୍କଠାରୁ ଉତ୍ତର ଲୋଡିଥିଲା । ତେବେ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିଲା ବୋଲି କୁହାଯାଇଥିଲା । ଡିଏସିର ନିଷ୍ପତ୍ତିକ୍ରମେ ପାର୍ଟି ଉଭୟଙ୍କୁ ତତ୍କାଳ ପ୍ରଭାବରୁ ସସ୍‌ପେଣ୍ଡ କରିଥିଲା ।

ତେବେ ୨୦୨୩ ମହିଲା ମେ’ ୨୮ ତାରିଖରେ ଚିରଞ୍ଜୀବ, ମୋକିମ୍‌ଙ୍କୁ AICC ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ୍ ହୋଇଥିଲା । ସୂଚନା ଭବନରେ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ହୋଇଥିଲା ବିବାଦ । ଖୋଲା ମଞ୍ଚରେ ୨ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ରାଜ୍ୟ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ ।

You Can Read :

wp:embed {"url":"https://www.prameyanews7.com/fire-mishap-in-kalahandi-district-hospital/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fire-mishap-in-kalahandi-district-hospital/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.