ବନ୍ଦ ବେଳେ ନିଆରା ଦୃଶ୍ୟ, ଗୋଲାପ ଫୁଲ ଦେଇ ଘରକୁ ଫେରିଯିବାକୁ କହିଲେ କଂଗ୍ରେସ କର୍ମୀ

Published By : Prameya-News7 Bureau | July 17, 2025 IST

ଭୁବନେଶ୍ବର ୧୭୭: କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ରାଜ୍ୟରେ ଚକଅଖ ସବୁ ବନ୍ଦ । ରାଜରାସ୍ତାରେ କଂଗ୍ରେସ କର୍ମୀଙ୍କ ପିକେଟିଂ । ବନ୍ଦ ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଜୟଦେବ ବିହାର ଛକରେ ଗୋଲାପ ଫୁଲ ଦେଇ ଘରକୁ ଫେରିଯିବାକୁ କହିଲେ କଂଗ୍ରେସ ନେତା ଓ କର୍ମୀ । ଓଡ଼ିଶା ବନ୍ଦ ଡାକରାରେ ଯେଉଁମାନେ ସହଯୋଗ ନକରି ବାହାରକୁ ଆସିଥିଲେ ସେମାନଙ୍କୁ ଗୋଲାପ ଦେଇଛନ୍ତି କଂଗ୍ରେସ କର୍ମୀ । ଏଥିସହ ବାଇକ୍ ରାଲି କରି କରିଥିଲେ କଂଗ୍ରେସ କର୍ମୀ । ଭୁବନେଶ୍ବରର ଛକ ଛକରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଏନଏଚ ଉପରେ ବସ୍, ଟ୍ରକ୍ ଭଳି ଭାରିଯାନ ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିଲା । ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ ରାସ୍ତା ଅବରୋଧ ସମୟରେ କିଛି କର୍ମୀଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ ।



You Can Read:

ଟ୍ରଲିକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍ : ଶ୍ରମିକ ମୃତ, ଦୁଇ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.