ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ୱିଧାନ ଦିବସ ଅବସରରେ ସୁପ୍ରିମକୋର୍ଟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ୱୋଧନ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି ଯେ ମୁଁ ଦେଶର ସଂକଳ୍ପକୁ ଦୋହରାଇବାକୁ ଚାହୁଁଛି ଯେ ଭାରତର ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ସବୁ ଆତଙ୍କୀ ସଂଗଠନକୁ ମୁହଁତୋଡ଼ ଜବାବ ଦିଆଯିବ । ପିଏମ୍ ମୋଦୀ କହିଛନ୍ତି, 'ଭାରତୀୟ ସମ୍ୱିଧାନର ୭୫ ବର୍ଷ ସାରା ଦେଶ ପାଇଁ ଗୌରବର ବିଷୟ ଅଟେ । ଆଜି ମୁମ୍ୱାଇ ଆକ୍ରମଣର ମଧ୍ୟ ବର୍ଷ ପୂର୍ତ୍ତି । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।'
ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆମେ ଦେଶରେ ଏମର୍ଜେନ୍ସି ଦେଖିଛୁ । ଆମ ସମ୍ୱିଧାନ ଗଣତନ୍ତ୍ର ସାମନାରେ ଆସିଥିବା ଏହି ଚ୍ୟାଲେଞ୍ଜର କାମନା କରିଛି । ଆଜି ଜାମ୍ମୁ କାଶ୍ମୀରରେ ବାବାସାହେବ ଆମ୍ୱେଦକରଙ୍କ ସମ୍ୱିଧାନ ପୂର୍ଣ୍ଣ ରୂପେ ଲାଗୁ କରାଯାଇଛି, ଏହା ହିଁ ସମ୍ୱିଧାନର ଶକ୍ତି । ଆଜି ସେଠାରେ ପ୍ରଥମ ଥର ପାଇଁ ସମ୍ୱିଧାନ ଦିବସ ପାଳନ କରାଯାଉଛି ।' ପିଏମ୍ ମୋଦୀ କହିଛନ୍ତି ଯେ ସମ୍ୱିଧାନ ସଭାରେ ବିତର୍କ ବେଳେ ବାବା ସାହେବ ଆମ୍ୱେଦକର କହିଥିଲେ ଯେ ସମ୍ୱିଧାନ କେବଳ ଓକିଲଙ୍କ ଦସ୍ତାବିଜ ନୁହେଁ ।
#WATCH संविधान दिवस पर प्रधानमंत्री नरेंद्र मोदी ने कहा, "हमारा संविधान, हमारे वर्तमान और हमारे भविष्य का मार्गदर्शक है। बीते 75 वर्षों में देश के सामने जो भी चुनौतियां आई हैं। हमारे संविधान ने हर उस चुनौती का समाधान करने के लिए उचित मार्ग दिखाया है...संविधान से मिली शक्ति की वजह… pic.twitter.com/4Tb8Xxovsc
— ANI_HindiNews (@AHindinews) November 26, 2024
ପିଏମ୍ ମୋଦୀ କହିଛନ୍ତି ଯେ ଲୋକଙ୍କୁ ନଳରେ ପାଣି ମିଳିବା ଆଜି ସହଜ ହୋଇଛି, କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ବି କେବଳ ୩ କୋଟି ଘରେ ଏହି ସୁବିଧା ଥିଲା । ମୂଳ ସମ୍ୱିଧାନରେ ଭଗବାନ ରାମ, ମାଆ ସୀତାଙ୍କ ଫଟୋ ରହିଛି । ମାନବୀୟ ମୂଲ୍ୟବୋଧକୁ ସ୍ମରଣ କରାଇବା ପାଇଁ ଭାରତୀୟ ସଂକୃତିର ପ୍ରତୀକ ଚିତ୍ରକୁ ସ୍ଥାନିତ କରାଯାଇଛି । ଏହି ମାନବୀୟ ମୂଲ୍ୟ ଆଜିର ଭାରତର ନୀତ ଏବଂ ନିର୍ମାଣର ଆଧାର ଅଟେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦିନେ ସମୟ ଥିଲା ବରିଷ୍ଠ ନାଗରକିଙ୍କୁ ବ୍ୟାଙ୍କ ଯାଇ ସେ ଜୀବିତ ଥିବା ପ୍ରଣାମିତ କରିବାକୁ ପଡ଼ୁଥିଲା । ଆଜି ବରିଷ୍ଠ ନାଗରିକ ଡିଜିଟାଲ ପ୍ରମାଣପତ୍ରର ଲାଭ ଉଠାଉଛନ୍ତି । ଦେଶର ୧୦୦ ଜିଲ୍ଲା ବିକାଶର ଗତିକୁ ଆଗକୁ ବଢାଉଛନ୍ତି । ଲୋକଙ୍କୁ 4ଜି ଏବଂ 5ଜି ସଂଚାର ସୁବିଧା ପହଞ୍ଚାଇବା ପାଇଁ ସୁଦୁର ଅଞ୍ଚଳରେ ହଜାର ହଜାର ମୋବାଇଲ ଟାୱାର ସ୍ଥାପନ କରାଯାଇଛି ।