ପୂଜା ମଣ୍ଡପରେ ଅପରାଧ ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ ରୁମ୍, ହଜାରେ କ୍ୟାମେରା ଉପରେ ଟ୍ରାଫିକ୍ ପୋଲିସର ରହିବ ନଜର

Published By : Prameya-News7 Bureau | October 12, 2024 IST

ଭୁବନେଶ୍ବର ୧୨।୧୦: ରାଜଧାନୀରେ ପୂଜା ମଣ୍ଡପ ଗୁଡିକରେ ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୋଲିସର ପଦକ୍ଷେପ । କମିସନରେଟ୍ ପୋଲିସର ଭୁବନେଶ୍ବର ୟୁପିଡିରେ ଲାଗିଥିବା ହଜାରେ କ୍ୟାମେରା ଉପରେ ଟ୍ରାଫିକ୍ ପୋଲିସର ନଜର ରହିବ । ଡିଜିଟାଲ କଣ୍ଟ୍ରୋଲ ରୁମ୍‌ରେ ଅପରାଧି ଉପରେ ନଜର ରଖାଯାଇଛି । କୌଣସି ସ୍ଥାନରେ ଲୁଟ୍‌ର ଅଭିଯୋଗ ହେଲେ ନିକଟ ପିସିଆର ଓ ବାଇକ୍ ପିସିଆରକୁ ଖବର ଦିଆଯିବ । 

ଏହା ସହିତ ଅପରାଧୀ କିଏ ଓ କେଉଁ ରାସ୍ତା ଦେଇ ବାହାରୁଛି ତା ଉପରେ କଡା ନଜର ରଖିବ । ବାଇକ୍‌ ଲୁଟେରା ମାନଙ୍କ ଉପରେ ମଧ୍ୟ ଏହି କଣ୍ଟ୍ରୋଲ ରୁମ୍‌ରେ ନଜର ରହିଛି । ବାଇକ୍ ଲୁଟେରା ବାଇକ୍ ବାହାର କରି ଯିବା ସମୟର ସମସ୍ତ ଗତିବିଧି ଉପରେ ଏହି କଣ୍ଟ୍ରୋଲ ରୁମ୍‌ର ନଜର ରହିଛି । ବିଭିନ୍ନ ପୂଜା ମଣ୍ଡପ ଉପରେ ମଧ୍ୟ ପୋଲିସର ଡ୍ରୋନ୍‌ ଉଡିବ । ଏହା ସହିତ ରଙ୍ଗ ସ୍ଥାନରେ ପାର୍କିଂ କରିଥିବା ଗାଡି ରାସ୍ତା ଉପରୁ ଉଠାଇ ନେବ ଟ୍ରାଫିକ ପୋଲିସ ।

You Can Read: 

ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.