ନୂଆଦିଲ୍ଲୀ: ଆସିଲା କେନ୍ଦ୍ର ମନ୍ତ୍ରିମଣ୍ଡଳ ତାଲିକା। ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଓଡ଼ିଶାର ୩ ଜଣ ମନ୍ତ୍ରୀଙ୍କୁ ମଧ୍ୟ ବିଭାଗ ବଣ୍ଟନ କରାଯାଇଛି।
ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମିଳିଛି। ମୋଦୀଙ୍କ ଦ୍ୱିତୀୟ ପାଳିରେ ସେ ରେଳ, ଆଇଟି ଓ ଟେଲିକମ୍ ମନ୍ତ୍ରୀ ଥିଲେ।
ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ମିଳିଛି। ସେ ମୋଦୀଙ୍କ ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଓ ଦ୍ୱିତୀୟ ପାଳିରେ ଶିକ୍ଷା ମନ୍ତ୍ରୀ ଥିଲେ। ସେହିପରି ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ମିଳିଛି। ସେ ମୋଦିଙ୍କ ଦ୍ୱିତୀୟ ପାଳିରେ ମଧ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଥିଲେ।
ଗତକାଲି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଏବଂ ୭୧ ଜଣ ସାଂସଦ ମନ୍ତ୍ରୀ ପଦରେ ଶପଥ ନେଇଥିଲେ। ତେବେ ସୋମବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ବିଜେପି ନିଜ ପାଖରେ ଗୃହ, ପ୍ରତିରକ୍ଷା, ବୈଦେଶିକ, ଅର୍ଥ, ସଡ଼କ ପରିବହନ ଓ କୃଷି ପରି ଗୁରୁତ୍ଵପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛି। ମୋଦୀ କ୍ୟାବିନେଟରେ ଅମିତ ଶାହଙ୍କୁ ପୁଣି ଥରେ ଗୃହ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ଏସ ଜୟଶଙ୍କରଙ୍କ ପାଖରେ ରହିଛି।