ଫ୍ୟାକ୍ଟ ଚେକ୍ ୟୁନିଟ୍ ଅସାମ୍ୱିଧାନିକ… IT ନିମୟରେ ପରିବର୍ତ୍ତନକୁ ରଦ୍ଦ କଲେ ବମ୍ୱେ ହାଇକୋର୍ଟ

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ: ବମ୍ୱେ ହାଇକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଲାଗିଛି । କୋର୍ଟ ଶୁକ୍ରବାର ଆଇଟି ନିୟମରେ ୨୦୨୩ର ସଂଶୋଧନକୁ ରଦ୍ଦ କରିଛନ୍ତି । ବମ୍ୱେ ହାଇକୋର୍ଟ ଶୁକ୍ରବାର ସୂଚନା ଏବଂ ପ୍ରଯୁକ୍ତି ସଂଶୋଧନ ନିୟମ ୨୦୨୩କୁ ଅସାମ୍ୱିଧାନିକ କହି ରଦ୍ଦ କରିଛନ୍ତି । କୋର୍ଟ କହିଛନ୍ତି ଯେ ଫ୍ୟାକ୍ଟ ଚେକ୍ ୟୁନିଟ୍ ମୌଳିକ ଅଧିକାରର ହନନ ଅଟେ । ଉଲ୍ଲେଖଯୋଗ୍ୟ ଯେ ଏହି ସଂଶୋଧନ କେନ୍ଦ୍ର ସରକାରଙ୍କୁ ମିଡିଆ ପ୍ଲାଟ୍‌ଫର୍ମ ଉପରେ ଫେକ୍ ଏବଂ ବିଭ୍ରାନ୍ତିକର ସୂଚନା ଚିହ୍ନଟ କରିବା ପାଇଁ ଏକ ଫ୍ୟାକ୍ଟ ଚେକ୍ ୟୁନିଟ୍ ସ୍ଥାପନ ଲାଗି ଅଧିକାର ଦେଉଥିଲା ।

ଜାନୁଆରୀରେ ସଂଶୋଧିତ ଆଇଟି ନିୟମକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକା ଉପରେ ଦୁଇ ଜଜ୍ ଭିନ୍ନ ଭିନ୍ନ ରାୟ ଶୁଣାଇଥିଲେ । ଏହାପରେ ମାମଲା ଟ୍ରାଇ ବ୍ରେକର ଜଜଙ୍କ ନିକଟକୁ ପଠାଯାଇଥିଲା । ଜଷ୍ଟିସ୍ ଅତୁଲ ତୁନ୍ଦୁରକରଙ୍କ ଟ୍ରାଇ-ବେକର ଖଣ୍ଡପୀଠ କହିଛନ୍ତି, 'ମୋ ମତରେ ଏହି ସଂଶୋଧନ ଭାରତର ସମ୍ୱିଧାନର ଅନୁଚ୍ଛେଦ ୧୪ ଏବଂ ଅନୁଚ୍ଛେଦ ୧୯ର ଉଲ୍ଲଂଘନ କରୁଛି ।' 

ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଜାନୁଆରୀ ଜଷ୍ଟିସ୍ ଗୌତମ ପଟେଲ୍ ଏବଂ ଡ.ନୀଲା ଗୋଖଲେଙ୍କ ଖଣ୍ଡପୀଠ ଦ୍ୱାରା ଭିନ୍ନ-ଭିନ୍ନ ରାୟ ଶୁଣାଯିବା ପରେ ଏହି ମାମଲା ଟାଇ-ବ୍ରେକର ଜଜଙ୍କ ନିକଟକୁ ପଠାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ କେନ୍ଦ୍ର ସରକାର ଆଇଟି (ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମା ଏବଂ ଡିଜିଟାଲ ମିଡିଆ ଆଦର୍ଶ ସଂହିତା) ନିୟମ, ୨୦୨୧ (ଆଇଟି ନିୟମ ୨୦୨୧)ରେ ସଂଶୋଧନ କରାଯାଇଥିଲା । କିନ୍ତୁ ନିୟମ ୩, ଯାହା କେନ୍ଦ୍ରକୁ ମିଛ ଅନଲାଇନ୍ ଖବର ଚିହ୍ନଟ କରିବା ପାଇଁ ଫ୍ୟାକ୍ଟ ଚେକ୍ ୟୁନିଟ୍ ସ୍ଥାପନାର ଅଧିକାର ଦେଉଛି । ଏହାକୁ ବିରୋଧ କରି କୋର୍ଟରେ ଆବେଦନ ଦାଖଲ କରାଯାଇଥିଲା । ଷ୍ଟାଣ୍ଡ ଅଫ୍ କମେଡିଆନ୍ କୁଣାଲ କାମରାଙ୍କ ସମେତ ଆବେଦନକାରୀ ଯୁକ୍ତି ରଖିଥିଲେ ଯେ ସରକାର ଦ୍ୱାରା କରାଯାଇଥିବା ସଂଶୋଧନ ଆଇଟି ଅଧିନିୟମର ଧାରା ୭୯ (ଅଲ୍ଟ୍ରା ୱାୟର୍ସ) ବାହାରେ ଏବଂ ସମ୍ୱିଧାନର ସମାନତା ଅଧିକାର (୧୪) ଏବଂ କୌଣସି ପେଶାକୁ ଗ୍ରହଣ କରିବାର ସ୍ୱାଧୀନତାର ଉଲ୍ଲଂଘନ କରୁଛି । ଏହାସହ ଏହି ନିୟମରେ ସରକାରଙ୍କ ଆଲୋଚନା କରାଯାଉଥିବା ସାମଗ୍ରୀ ଉପରେ ସେନସରଶିପ ଲଗାଯିବ ବୋଲି କୁହାଯାଇଥିଲା ।

ବମ୍ୱେ ହାଇକୋର୍ଟଙ୍କ ଜାନୁଆରୀ ୨୦୨୪ ରାୟରେ ଜଷ୍ଟିସ୍ ପଟେଲ କହିଥିଲେ ଯେ ପ୍ରସ୍ତାବିତ ଫ୍ୟାକ୍ଟ ଚେକ୍ ୟୁନିଟ୍ ଅନଲାଇନ୍ ଏବଂ ପ୍ରିଣ୍ଟ କଣ୍ଟେଣ୍ଟ ମଧ୍ୟରେ ଭିନ୍ନ ଭିନ୍ନ ବ୍ୟବହାର କାରଣରୁ ଅନୁଚ୍ଛେଦ ୧୯ (୧) (ଜି)ରେ ମୌଳିକ ଅଧିକାରର ସିଧା ଉଲ୍ଲଂଘନ କରୁଛି । ତେବେ ଅନ୍ୟ ଜଣେ ଜଜ୍ ଜଷ୍ଟିସ୍ ଗୋଖଲେ କହିଥିଲେ ଯେ ଆଇଟି ନିୟମରେ ସଂଶୋଧନ ଅସାମ୍ୱିଧାନିକ ନୁହେଁ  । ଏହାସହ ସେ ଏହା ମଧ୍ୟ କହିଥିଲେ ଯେ ଆବେଦନକାରୀଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ନିରାଧାର ଅଟେ । ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ କୌଣସି ପ୍ରତିବନ୍ଧକ ନଥିଲା, ସଂଶୋଧନ ଉପଭୋକ୍ତାଙ୍କ ପାଇଁ କୌଣସି ଦଣ୍ଡାତ୍ମାକ ପରିଣାର ପରାମର୍ଶ ଦେଉ ନାହିଁ । ଟ୍ରାଇ-ବ୍ରେକର ଜଜଙ୍କ ରାୟ ସହ ୨୦୨୩ର ସଂଶୋଧନକୁ ୨-୧ ରାୟରେ ରଦ୍ଦ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.