ନୀତୀଶ କୁମାରଙ୍କ କାର୍ଯ୍ୟକ୍ରମରେ ଲୁଟ, ପ୍ରଦର୍ଶନୀ ମାଛ ଚୋରାଇନେଲେ ଲୋକେ, Video ଭାଇରାଲ

Published By : Prameya-News7 Bureau | September 20, 2024 IST

ସହରସା ୨୦।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର  ସରକାରୀ ଯୋଜନା ଉଦଘାଟନ ଓ ଶିଳାନ୍ୟାସ କରିବାକୁ ସହରସା ଜିଲ୍ଲା ଗସ୍ତ କରିଥିଲେ। ନିତିଶ ଫେରିଯିବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ଓ ସେଠାରେ ଲୋକେ ମାଛ ଲୁଟ କରିବାରେ ଲାଗିପଡିଥିଲେ। ଏଥି ପାଇଁଲୋକେ ସେଠାରେ ଲଗାଯାଇଥିବା ବାୟୋ ଫ୍ଲେକ୍‌ ଭାଙ୍ଗିଦେବା ସହ ସରକାରୀ ମାଛ ଚୋରାଇ ନେଇଥିଲେ। ସରକାରୀ ଅଧିକାରୀଙ୍କ ଉପସ୍ଥତିରେ ଏହି ସବୁ ଘଟଣା ଘଟୁଥିବା ବେଳେ ସେମାନେ ମୁକଦର୍ଶକ ପାଲଟିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମୁଖ୍ୟମନ୍ତ୍ରୀ ସହରସା ଗସ୍ତରେ ଆସିଥିଲେ। ଏଠାରେ ସେ ସର୍ବ ପ୍ରଥମେ ଦିବାରୀସ୍ଥିତ ମା ବିଷହାରୀ ମନ୍ଦିରର ଉଦଘାଟନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ଅମରପୁର ଯାଇଥିଲେ। ଏଠାରେ ଅଲଗା ଅଲଗା ବିଭାଗ ପ୍ରଦର୍ଶନୀ ଆୟୋଜନ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀରେ ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ ଲଗାଯାଇଥିଲା। ଯେଉଁଥିରେ ମାଛ ପହଁରୁଥିଲେ। 


ପ୍ରଦର୍ଶନୀ ବୁଲି ସାରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନା ଅଭିମୁଖେ ବାହାରି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ଥାନ ସହ ପ୍ରଦର୍ଶନୀ ଶେଷ ହୋଇଯାଇଥିଲା ଓ ଲୋକେ ପ୍ରଦର୍ଶନୀରୁ ଲୁଟପାଟ ଆରମ୍ଭ କରିଦେଇଥିଲେ। ଏଥିରେ ଲୋକଙ୍କ ପ୍ରଥମ ନଜର ମତ୍ସ୍ୟ ବିଭାଗର ବାୟୋଫ୍ଲକରେ ପହଁରୁଥିବା ମାଛଙ୍କ ଉପରେ ପଡିଥିଲା। ଲୋକେ ଭଙ୍ଗାରୁଜା କରି ସେଥିରୁ ମାଛ ନେଇ ପଳାଇଥିଲେ। ବିଭାଗ ପକ୍ଷରୁ ଏଥିରେ ଜୀବିତ ମାଛ ଛଡା ଯାଇଥିଲା। ଲୋକେ ମାଛ ଚୋରେଇବା ପାଇଁ କେହି କାହା ମୁହଁକୁ ଅନେଇ ନଥିଲେ। 


ପ୍ରଦର୍ଶନୀରୁ ମାଛ ଚୋରି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି, ଯାହା ଏବେ ଭାଇରାଲ ହୋଇଯାଇଛି। ଲୋକେ ଭିଡିଓ ଉପରେ ମଜାଦାର କମେଣ୍ଟସ ମଧ୍ୟ ଦେଉଛନ୍ତି। କାର୍ଯ୍ୟକ୍ରମକୁ ଆସିଥିବା ଲୋକେ ହେଲିକପ୍ଟର ଦେଖି ଆସିଥିଲୁ ବୋଲି କହୁଥିବା ବେଳେ ଆଉ କେତେକ ମାଛ ନେବାକୁ ଆସିଥିବା କହିଛନ୍ତି। ତେବେ ଲୋକଙ୍କ ଉତ୍ପାତ ଯୋଗୁ ମତ୍ସ୍ୟ ବିଭାଗର ବିପୁଳ କ୍ଷତି ହୋଇଥିବାର କୁହାଯାଇଛି। ତେବେ ବିଭାଗ କେତେ ମାଛ ଛାଡିଥିଲା ତାହା କହି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.