ଶିଳ୍ପୀଙ୍କଠାରୁ ପ୍ରଧାନମନ୍ତ୍ରୀ କିଣିଲେ ଜଗନ୍ନାଥ ମୂର୍ତ୍ତି, UPI ଦ୍ୱାରା କଲେ ଡିଜିଟାଲ ପେମେଣ୍ଟ, Video ଭାଇରାଲ

Published By : Prameya-News7 Bureau | September 20, 2024 IST

ୱାର୍ଦ୍ଧା ୨୦।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ୱାର୍ଦ୍ଧାରେ ‘ଜାତୀୟ ପିଏମ ବିଶ୍ୱକର୍ମା କାର୍ଯ୍ୟକ୍ରମ ପ୍ରଦର୍ଶନୀ’ରୁ ଏକ ଜଗନ୍ନାଥଙ୍କ ମୂର୍ତ୍ତି କିଣିଛନ୍ତି। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ପ୍ରଧାନମନ୍ତ୍ରୀ କାରିଗରଙ୍କୁ ଡିଜିଟାଲ ପେମେଣ୍ଟ ଦ୍ୱାର ଦେୟ ପୈଠ କରିଛନ୍ତି। ଏହାର ଭିଡିଓ ଏବେ ସାମ୍ନାକୁ ଆସିଥିବା ବେଳେ ତାହା ଇଣ୍ଟରନେଟ୍‌ରେ ଛାଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କୁ ପ୍ରମାଣପତ୍ର ବିତରଣ ଲାଗି ଏହି ପ୍ରଦର୍ଶନୀକୁ ଯାଇଥିଲେ। 

ସେଠାରେ ପ୍ରଧାନମନ୍ତ୍ରୀ କାରିଗରଙ୍କୁ ଭେଟିବା ସହ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ବି ହୋଇଥିଲେ। ଏହି କଥାବାର୍ତ୍ତା ମଧ୍ୟରେ ପ୍ରଧାନମନ୍ତ୍ରୀ କାରିଗରଙ୍କଠାରୁ ଏକ ଜଗନ୍ନାଥ ମୂର୍ତ୍ତି ବି କିଣିଥିଲେ। ଏଥି ପାଇଁ ପ୍ରଧାନମନ୍ତ୍ରୀ କ୍ୟୁଆର କୋଡ ସ୍କାନିଂ କରି ୟୁପିଆଇ ଜରିଆରେ କଳାକୃତି ଲାଗି ଡିଜିଟାଲ ପୈଠ କରି କିଣିଥିଲେ। ଭିଡିଓରେ ପ୍ରଧାନମନ୍ତ୍ରୀ କାରିଗରଙ୍କୁ ପଚାରୁଛନ୍ତି ଆପଣଙ୍କ ଠାରୁ ମୁଁ କଣ କିଣିବା ଉଚିତ। ଏହାର ଜବାବରେ କାରିଗର ଜଗନ୍ନାଥଙ୍କ ମୂର୍ତ୍ତି କିଣନ୍ତୁ ବୋଲି କହିଥିଲେ। 


ପ୍ରଧାନମନ୍ତ୍ରୀ ୟୁପିଆଇ ଜରିଆରେ ପୈଠ କରି କାରିଗରଙ୍କୁ ପେମେଣ୍ଟ ମିଳିଲା କି ବୋଲି ମଧ୍ୟ ପଚାରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି କ୍ରୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଏହି କ୍ରୟକୁ ବେଶ୍ ପ୍ରଶଂସା କରାଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୱାର୍ଦ୍ଧାରେ ବିଶ୍ୱକର୍ମା ଯୋଜନାର ପ୍ରଥମ ବାର୍ଷିକ ଅବସରରେ ଆୟୋଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କଂଗ୍ରେସ ପାର୍ଟି  ଉପରେ ବର୍ଷିଥିଲେ। 


ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆଉ ସେ କଂଗ୍ରେସ ହୋଇ ନାହିଁ ଯେଉଁଥିରେ ମହାତ୍ମା ଗାନ୍ଧିଙ୍କ ଭଳି ମହାପୁରୁଷ ଥିଲେ। ଏହା ସେହି କଂଗ୍ରେସ ଯାହାକୁ ଟୁକଡେ ଟୁକଡେ ଗ୍ୟାଙ୍ଗ ଓ ଅର୍ବାନ ନକ୍ସଲମାନେ ଚଳାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପାର୍ଟିର ଆସ୍ଥା ଓ ସଂସ୍କୃତି ପ୍ରତି ସାମାନ୍ୟତମ ସମ୍ମାନ ବି ଥିବ ସେ ପାର୍ଟି କେବେ ଗଣପତି ପୂଜାର ବିରୋଧ କରିବ ନାହିଁ। ଆଜିର କଂଗ୍ରେସକୁ ଗଣେଶ ପୂଜା ମଧ୍ୟ ଘୃଣା। ମହାରାଷ୍ଟ୍ରର ମାଟି ସାକ୍ଷୀ ଅଛି ସ୍ୱାଧୀନତା ସଂଗ୍ରାମରେ ଲୋକମାନ୍ୟ ତିଲକଙ୍କ ଗଣପତି ଉତ୍ସବ ଭାରତର ଏକତାର ଉତ୍ସବରେ ପରିଣତ ହୋଇଥିଲା। ଗଣେଶୋତ୍ସବରେ ସବୁ ସମାଜ ସବୁ ବର୍ଗର ଲୋକେ ଯୋଡି ହେଉଥିଲେ। ଏଣୁ ଗଣେଶ ପୂଜାକୁ କଂଗ୍ରେସ ଚିଡୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.