ତିରୁପତି ପ୍ରସାଦରେ ପଶୁ ଚର୍ବି ଦାବିକୁ ନେଇ ଆସିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | September 20, 2024 IST

ହାଇଦ୍ରାବାଦ ୨୦।୯: ତିରୁପତି ମନ୍ଦିରର ପ୍ରସାଦରେ ମିଳୁଥିବା ଲଡୁକୁ ନେଇ ବିବାଦ ଏବେ ବଢିବାରେ ଲାଗିଛି। ଏଥିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କ୍ଷମତାସୀନ ଟିଡିପି ଅଭିଯୋଗର ପ୍ରତିକ୍ରିୟା  ରଖିଛନ୍ତି। ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଭଗବାନଙ୍କ ନାମରେ ରାଜନୀତି କରାଯାଉଥିବାର କହିଛନ୍ତି। ଉଲ୍ଲେଖନୀୟ ଯେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ବୁଧବାର କହିଥିଲେ ଯେ ଗତ ସରକାର କାଳରେ ତିରୁପତି ମନ୍ଦିରରୁ ମିଳୁଥିବା ପ୍ରସାଦମ ପ୍ରସ୍ତୁତିରେ ଘିଅ ବଦଳେ ପଶୁ ଚର୍ବି ଓ ମାଛ ତେଲ ବ୍ୟବହାର ହେଉଥିଲା।   

ଜଗନମୋହନ ରେଡ୍ଡି କହିଛନ୍ତି ଯେ ଟିଡିପି ଦ୍ୱାର ସେୟାର କରାଯାଇଥିବା କଥିତ ଲ୍ୟାବ ରିପୋର୍ଟ ଜୁଲାଇ ମାସର, ଯାହା ଏନ.ଚନ୍ଦ୍ରବାବୁ ନାୟଡୁଙ୍କ କାର୍ଯ୍ୟକାଳର। ଆମେ ଜାଣିବାକୁ ପାଇଲୁ ଯେ ଘିଅର କ୍ୱାଲିଟି ଖରାପ, ଏଣୁ ଆମେ ତୁରନ୍ତ ମୁଖ୍ୟମନ୍ତ୍ରୀ ନାୟଡୁଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲୁ। ଏହି ସମୟରେ ଖରାପ କ୍ୱାଲିଟିର ଘିଅ ଯୋଗାଣ ପାଇଁ ଏଆର ଡାୟରୀ ଦାୟି। ଜଗନମୋହନ କହିଛନ୍ତି ଯେ ପ୍ରତି ୬ ମାସରେ ଟେଣ୍ଡର ପ୍ରକ୍ରିୟା ହୋଇଥାଏ ତେବେ କ୍ୱାଲିଫିକେସନ ମାନଦଣ୍ଡ ଦୀର୍ଘ ଦଶନ୍ଧୀରୁ ବଦଳି ନାହିଁ। 

ସପ୍ଲାୟର କେବଳ ଏନଏବିଏଲ ସାର୍ଟିଫିକେଟ ପ୍ରୋଭାଇଡ କରିବା ଦରକାର। ଟିଡିପି ଘିଅର ନମୁନା ଏକତ୍ର କରୁଛି ଓ କେବଳ ସେମାନଙ୍କ ସାର୍ଟିଫିକେସନ ପାସ କରୁଥିବା ପ୍ରଡକ୍ଟର ବ୍ୟବହାରକୁ ମଞ୍ଜୁର କରୁଛନ୍ତି। ଟିଡିପି ଧାର୍ମିକ ମାମଲର ରାଜନୀତିକରଣ କରୁଛି। ଆମ ସରକାର କାଳରେ ୧୮ ଥର ଏହି ପ୍ରଡକ୍ଟକୁ ଆମେ ଖାରଜ କରିଛୁ। ଏଣୁ ଜଗନମୋହନ ନିଜକୁ ଓ ତାଙ୍କ ପ୍ରଶାସନ ବିରୋଧରେ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମିଥ୍ୟା ଓ ଅନାବଶ୍ୟକ ତଥା ଏହା ଅନୁଚିତ ବିବାଦ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.