କଟକ: କଟକ ପ୍ରତାପ ନଗରୀ ଠାରେ ଥିବା ପ୍ରିମିୟର ହ୍ୟୁଣ୍ଡାଇ ସୋରୁମ୍ରେ ଲଞ୍ଚ ହୋଇଛି ଲୋକପ୍ରିୟ ଏସୟୁଭି କ୍ରେଟାର ଇଲେକ୍ଟ୍ରିକ ମଡେଲ । ଶନିବାର ସୋ’ରୁମ୍ରେ ଅତିଥି ଓ କମ୍ପାନି କର୍ମଚାରୀମାନଙ୍କ ଗହଣରେ ଲଞ୍ଚ ହୋଇଛି କାର୍। ପୂର୍ବରୁ ପେଟ୍ରୋଲ ଓ ଡିଜେଲ ମଡେଲରେ କ୍ରେଟା ଧମାଲ୍ କରିଥିବାବେଳେ ବର୍ତ୍ତମାନ ଇଭି ମଡେଲ ସହ ମାର୍କେଟକୁ ଆସିଛି କ୍ରେଟା।
କାରର ପ୍ରାରମ୍ଭିକ ମୂଲ୍ୟ ୧୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବାବେଳେ, ଏଥିରେ ଦୁଇଟି ବ୍ୟାଟେରୀ ପ୍ୟାକ୍ ରହିବ। ସିଙ୍ଗିଲ ଚାର୍ଜରେ କାର୍ ୩୯୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ନୂଆ କ୍ରେଟା ଇଭିର ବୁକିଂ ଆରମ୍ଭ ହୋଇସାରିଥିବାବେଳେ ଶନିବାର ଜଣେ ଗ୍ରାହକଙ୍କୁ ଗାଡ଼ି ହସ୍ତାନ୍ତର କରାଯାଇଛି । ସେହିଭଳି ଗାଡ଼ିର ଫିଚର୍ସ ଓ ଲୁକ୍କୁ ବେଶ୍ ପ୍ରଶଂସା କରିଛନ୍ତି ଉପସ୍ଥିତ ଥିବା ଅତିଥିମାନେ।