ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିଲେ ନେତାଜୀଙ୍କ ନାତି, ଛାତ୍ରଛାତ୍ରୀଙ୍କୁ ବିନା ଟିକେଟରେ ପ୍ରବେଶ ପାଇଁ କଲେ ଅପିଲ୍

Published By : Prameya-News7 Bureau | January 18, 2025 IST

କଟକ: କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିଛନ୍ତି ନେତାଜୀଙ୍କ ବଡ଼ ଭାଇ ଶରତ ବୋଷଙ୍କ ନାତି ଅଭିଜିତ ବୋଷ ରାୟ। ଶନିବାର ସଂଗ୍ରହାଳୟ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ତାଙ୍କ ସହ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ସଂପର୍କୀୟ ମଧ୍ୟ ନେତାଜୀ ସଂଗ୍ରହାଳୟ ଓ ଉଦ୍ୟାନ ବୁଲି ଦେଖିଥିଲେ। ଏହି ଅବସରରେ ଅଭିଜିତ ବୋଷ ରାୟ, ଅଜା ଘରକୁ ଖୁସି ଅନୁଭବ କରୁଥିବା କହିବା ସହ ସଂଗ୍ରହାଳୟକୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବିନା ଟିକେଟରେ ପ୍ରବେଶ ଅନୁମତି ପାଇଁ ଅପିଲ କରିଥିଲେ। ଏଥି ସହିତ ବିଭିନ୍ନ ରାଜ୍ୟର ଇତିହାସ ବହିରେ ନେତାଜୀଙ୍କ ଜୀବନୀ ଓ ସଂଗ୍ରାମ ଜୀବନକୁ ସ୍ଥାନ ଦେବାକୁ ମଧ୍ୟ ସେ ନିବେଦନ କରିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.