ରସୁଲଗଡ଼ ଓଭରବ୍ରିଜ୍‌ରେ ଅପରାଧୀଙ୍କ ପାଓ୍ୱାର ସୋ’, ଏକ ଘଣ୍ଟା ଯାଏଁ ରାସ୍ତାରେ ଚାଲିଲା ଆତଙ୍କରାଜ

Published By : Prameya-News7 Bureau | October 05, 2024 IST

ଭୁବନେଶ୍ୱର ୦୫।୧୦ : ପାର୍ବଣ ପୂର୍ବରୁ କମିଶନରେଟ୍‌ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଅପରାଧୀଙ୍କ ଷ୍ଟାଇଲରେ ରସୁଲଗଡ ଓଭର ବ୍ରିଜରେ ଉପରେ ପାୱାର ସୋ କରି ଆତଙ୍କ ରଚିଛନ୍ତି କିଛି ଯୁବକ। ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ବେପରୁଆ ଗାଡି ଚାଳନା କରିଛନ୍ତି । ତେବେ ରାସ୍ତା ମଝିରେ ଯୁବକମାନେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ସଠିକ୍‌ ସମୟରେ ମଞ୍ଚେଶ୍ୱର୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା । 

ବିଳମ୍ବିତ ରାତିରେ ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ରାସ୍ତା ଅବରୋଧ କରି ଚାଲିଥିଲା ଭିଡିଓ ସୁଟିଂ । ଏହି ଭିଡିଓରେ ସିଗାରେଟ୍‌ ଲଗାଇ ଗୁଣ୍ଡା ଢଙ୍ଗିରେ ଚାଲିଲା ସୁଟିଂ । ଆଉ ଏହି ସେହି ଭିଡିଓକୁ ସୋସିଆଲ୍‌ ମିଡିଆରେ କରାଯାଇଛି ଅପଲୋଡ । ୩୦ରୁ ଅଧିକ ଯୁବକ ପୂର୍ବରୁ KBN ଗ୍ରୁପ ସହ ନିଜକୁ ତୁଳନା କରି ସୋସିଆଲ ମିଡ଼ିଆରେ ଭିଡିଓ ଉପଲୋଡ କରିଛନ୍ତି। 

କେବଳ ସେତିକି ନୁହେଁ ଘଣ୍ଟାଏ ରୁ ଅଧିକ ସମୟ ଧରି ଜାତୀୟ ରାଜପଥକୁ ଅବରୋଧ କରିବା ସହ ଆତଙ୍କ ମଚାଇ ସଭିଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି ଏହି ଯୁବ ଗୋଷ୍ଟି। ବେପାରୁଆ ଗାଡି ଚାଳନା ସହ ଆତଙ୍କରାଜର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ପାର୍ବଣ ପୂର୍ବରୁ ରାସ୍ତା ଅବରୋଧ କରି ବେପରୁଆ ଗାଡ଼ି ଚାଳନା କରି ସୋସିଆଲ ମିଡ଼ିଆରେ  ଅପଲୋଡ କରିବା । ଏଥିପାଇଁ କିଏ ଓ କାହିଁକି ଏହି ଗୋଷ୍ଠିଙ୍କୁ ସାହସ ଯୋଗାଇଲା, ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.