ପାରାଦୀପ ଠାରୁ ୨୦୦ କି.ମି. ଦୂରରେ ‘ଦାନା’, ସୃଷ୍ଟି ହୋଇନି ବାତ୍ୟାର ‘ଆଖି’

Published By : Prameya-News7 Bureau | October 24, 2024 IST

ଭୁବନେଶ୍ବର ୨୪।୧୦: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ । ତେବେ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ରଖିଛନ୍ତି । ବାତ୍ୟା 'ଦାନା' ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବା ସମ୍ଭାବନା ରହିଛି । ପାରାଦୀପ ଠାରୁ ୨୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଧାମରା ଠାରୁ ୨୪୦ କି.ମି. ଦୂରରେ କେନ୍ଦ୍ରୀଭୂତ । ଘଣ୍ଟା‌ପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ ।

IMD ଡିଜି କହିଛନ୍ତି, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଦାନା’ । ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଭିତରକନିକା-ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି଼. ରହିବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ନିକଟ ଅଞ୍ଚଳରେ   ୬୦-୭୦ କି.ମି. ପ୍ରତିଘଣ୍ଟା ପବନର ବେଗ ରହିଛି । କେନ୍ଦ୍ରୀଭୂତ ଅଞ୍ଚଳରେ ପବନର ବେଗ ପ୍ରତି ଘଣ୍ଟା ୯୦-୯୫ କି.ମି. ରହିଛି । ପବନର ବେଗ ଧିରେ ଧିରେ ବଢ଼ିବ । ଗୁରୁବାର ରାତିରୁ ଶୁକ୍ରବାର ସକାଳେ ପବନର ବେଗ ସବୁଠୁ ଅଧିକ ରହିବ । ଏହିସବୁ ଜିଲ୍ଲାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ମେଦିନପୁରରେ ପବନର ବେଗ ଅଧିକ ରହିବ । ଏହା ବ୍ୟତୀତ ଏହାର ଆଖପାଖ ଜିଲ୍ଲାରେ ପବନର ବେଗ ଏହିସବୁ ଜିଲ୍ଲା ଅପେକ୍ଷା କମ୍ ରହିବ ।

ବାତ୍ୟା 'ଦାନା'ର ଆଖି ସୃଷ୍ଟି ହୋଇନି କି ହେବନି । ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହୋଇନି । ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା 'ଦାନା' । ଲ୍ୟାଣ୍ଡଫଲ୍‌ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ଜୁଆର ଆସିବ । ଉକ୍ତ ୩ ଜିଲ୍ଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଜଗତସିଂହପୁର ଜିଲ୍ଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଉକ୍ତ ଜିଲ୍ଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ । ନଦୀରେ ପ୍ରାୟ ୩ କି.ମି. ଉପର ଯାଏଁ ଜୁଆର ଆସିପାରେ ।

You Can Read:

‘ଦାନା’କୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ପରଖିଲେ ମନ୍ତ୍ରୀ ଓ ଜିଲ୍ଲାପାଳ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.