ପାଖେଇ ଆସୁଛି ଭୀଷଣ ବାତ୍ୟା ‘ଦାନା’, ପାରାଦୀପରୁ ୨୬୦ ଏବଂ ଧାମରାରୁ ୨୯୦ କି.ମି. ଦୂରରେ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ବର ୨୪।୧୦: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣପୂର୍ବରୁ ୨୬୦ କି.ମି., ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୨୯୦ କି.ମି. ଦୂରରେ ଅବସ୍ଥିତ । ସାଗର ଦ୍ବୀପରୁ ୩୫୦ କି.ମି. ଦୂରରେ ଅବସ୍ଥିତ ରହିଛି ବାତ୍ୟା ‘ଦାନା’ । 

ଘଣ୍ଟାପ୍ରତି ୧୨ କି.ମି. ବେଗରେ ଆଗଉଛି ଭୀଷଣ ବାତ୍ୟା । ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ପବନର ବେଗ ୧୦୦ରୁ ୧୧୦ ଏବଂ ୧୨୦ କି.ମି. ରହିପାରେ ।

ସେପରେ ବାତ୍ୟା ଦାନା ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଗୁରୁବାର ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ପାରାଦୀପରେ ୫୧ ଓ ଚାନ୍ଦବାଲିରେ ୩୯ ମି.ମି. ବର୍ଷା । ବାଲେଶ୍ବର, ପୁରୀ, ଗୋପାଳପୁରରେ ମଧ୍ୟ ବର୍ଷା ଲାଗି ରହିଛି । ‘ଦାନା’ ପ୍ରଭାବରେ ଭୁବନେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ମଧ୍ୟ ଆରମ୍ଭ ହୋଇଛି ।

You Can Read:

‘ଦାନା’ ଲ୍ୟାଣ୍ଡଫଲ୍ ବେଳେ ୧୦୦ରୁ ୧୨୦ କି.ମି. ବେଗରେ ବହିପାରେ ପବନ, ଜାଣନ୍ତୁ କେଉଁ ବାତ୍ୟାରେ ପବନର ବେଗ କେତେ ଥିଲା

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.