‘ଦାନା’ ଲ୍ୟାଣ୍ଡଫଲ୍ ବେଳେ ୧୦୦ରୁ ୧୨୦ କି.ମି. ବେଗରେ ବହିପାରେ ପବନ, ଜାଣନ୍ତୁ କେଉଁ ବାତ୍ୟାରେ ପବନର ବେଗ କେତେ ଥିଲା

Published By : Prameya-News7 Bureau | October 24, 2024 IST

ଭୁବନେଶ୍ବର ୨୪।୧୦: ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’ । ୧୫ କି.ମି. ବେଗରେ ଗତି କରୁଛି ‘ଦାନା’ । ବାତ୍ୟା ଏବେ ପାରାଦୀପର ଦକ୍ଷିଣପୂର୍ବରୁ ୨୮୦ କି.ମି. , ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୩୧୦ କି.ମି. ଦୂରରେ ଅବସ୍ଥିତ । ଗୁରୁବାର ମଧ୍ୟରାତ୍ରି ଓ ଶୁକ୍ରବାର ସକାଳ ମଧ୍ୟରେ ଦାନା ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଆକଳନ କରାଯାଉଛି ।

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ କି.ମି. ରହିବ । ଯାହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବରୁ ମଧ୍ୟ ଓଡ଼ିଶାବାସୀ ବହୁ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ମହାବାତ୍ୟା, ଫାଇଲିନ, ଫନି, ହୁଡହୁଡ ଭଳି ବଡ଼ ବଡ଼ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ଯେଉଁ ସବୁ ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୨୦୦ କି.ମି. ଉପରେ ରହିଥିଲା । ତେବେ ଆସନ୍ତୁ ଜାଣିବା କେଉଁ ବାତ୍ୟାରେ ପବନର ବେଗ କେତେ ରହିଥିଲା । 

୧୯୯୯ ମସିହାରେ ହୋଇଥିବା ମହାବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୨୭୦ କି.ମି. ରହିଥିଲା । ସେହିଭଳି ୨୦୧୩ ମସିହା ଫାଇଲିନ ବାତ୍ୟାରେ ୨୪୦ କି.ମି., ୨୦୧୪ ମସିହା ହୁଡ଼ହୁଡ଼ ବାତ୍ୟାରେ ୧୮୫ କି.ମି., ୨୦୧୬ ମସିହା ତିତଲି ବାତ୍ୟାରେ ୧୧୦ କି.ମି., ୨୦୧୮ ମସିହା ବାତ୍ୟାରେ ୭୦ କି.ମି., ୨୦୧୯ ମସିହା ଫନି ବାତ୍ୟାରେ ୨୦୫ କି.ମି., ୨୦୧୯ ମସିହା ବୁଲବୁଲ ବାତ୍ୟାରେ ୧୩୦ କି.ମି., ୨୦୨୦ ମସିହା ଅମ୍ଫାନ ବାତ୍ୟାରେ ୧୫୦ କି.ମି., ୨୦୨୧ ମସିହା ଗୁଲାବ ବାତ୍ୟାରେ ୧୦୦ କି.ମି., ୨୦୨୧ ମସିହା ଜୱାଦ ବାତ୍ୟାରେ ୧୦୦ କି.ମି., ୨୦୨୧ ମସିହା ୟାସ ବାତ୍ୟାରେ ୧୪୦ କି.ମି., ୨୦୨୨ ମସିହା ଆସାନୀ ବାତ୍ୟାରେ ୧୨୦ କି.ମି. ରହିଥିଲା ।

You Can Read:

ବାତ୍ୟା ‘ଦାନା’ ପ୍ରଭାବ, ସକାଳୁ ସକାଳୁ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା !

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.